Breaking PLUSଆଇନ କାନୁନବ୍ୟକ୍ତିତ୍ୱମୁଖ୍ୟ ଖବରସେଲିବ୍ରିଟି

ବର୍ଷା-ଅନୁଭବ କୌଣସି ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ କରିପାରିବେନି : ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ:  ସୋସିଆଲ ମିଡ଼ିଆରେ ଆସିପାରିବେ ନାହିଁ ବର୍ଷା ଓ ଅନୁଭବ । ଜୁଲାଇ ୪ ତାରିଖ ଯାଏ କୌଣସି ଭିଡ଼ିଓ ପୋଷ୍ଟ କରିପାରିବେନି ଉଭୟ । ଉଭୟ ପକ୍ଷକୁ ନୋଟିସ୍ ଜାରି କଲେ ହାଇକୋର୍ଟ । ଉଭୟ ପରସ୍ପର ପ୍ରତି କୌଣସି ଆକ୍ଷେପ ନକରିବାକୁ କୋର୍ଟ ଙ୍କ ନିର୍ଦ୍ଦେଶ ରହିଛି ।ଜୁଲାଇ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ବିବାହ ବିଚ୍ଛେଦ ଓ ଅନ୍ୟ କେତେକ ମାମଲା ଅଦାଲତରେ ବିଚାରାଧୀନ ଥିବା ବେଳେ ସୋସିଆଲ ମିଡିଆରେ ଅନୁଭବ ବର୍ଷାଙ୍କୁ ନେଇ ନାନା କଥା ଚର୍ଚ୍ଚା କରୁଛନ୍ତି ଓ ଭିଡ଼ିଓ ପୋଷ୍ଟ କରୁଛନ୍ତି । ଏହା ଦ୍ୱାରା ତାଙ୍କର ମର୍ଯଦା ହାନି ହେଉଛି ବୋଲି ହାଇକୋର୍ଟରେ ମାମଲା ରୁଜୁ କରିଥିଲେ ବର୍ଷା । ଅଦାଲତରେ ମାମଲା ବିଚାରାଧୀନ ଥିବା ବେଳେ ସୋସିଆଲ ମିଡିଆରେ ବିଭିନ୍ନ କଥା ଚର୍ଚ୍ଚା କରିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ଏପରି ସୋସିଆଲ ମିଡିଆ ପୋଷ୍ଟ ଉପରେ କଟକଣା ଜାରି କରାଯିବା ଆବଶ୍ୟକ ବୋଲି ବର୍ଷା କୋର୍ଟଙ୍କୁ ଅନୁରୋଧ କରିଥିଲେ । ଯାହାର ଆଜି ଶୁଣାଣି କରି ଏହି ନିର୍ଦ୍ଦେଶ ଶୁଣାଇଛନ୍ତି କୋର୍ଟ । ଏହା କରିବା ଦ୍ୱାରା ଦୁଇଜଣଙ୍କ ବିରୁଧରେ ଅନେକ କଥା ଉଠୁଥିଲା । ଯାହାକି ତାଙ୍କର ଆର୍ତ୍ମସମ୍ମାନ ଉପରେ ଆଞ୍ଚ୍ ଆସୁଛି । ଏହାକୁ ଆଖି ଆଗରେ ରଖି କୋର୍ଟ ଏହି ରାୟ ଶୁଣାଇଛନ୍ତି ।

Show More

Related Articles

Back to top button