ଓଡ଼ିଶାଦୁର୍ଘଟଣା

ଚଳନ୍ତା ଅଟୋ ଉପରେ ଗଛ ପଡି ମହିଳା ମୃତ, ୩ ଗୁରୁତର

ଅନୁଗୁଳ : ଅନୁଗୁଳ ଜିଲ୍ଲା ଖମାର ଥାନା ୧୪୯ ନମ୍ବର ପାଲଲହଡା ଜାତୀୟ ରାଜପଥର ବାଲିପଶି ଛକ ନିକଟରେ ଚଳନ୍ତା ଅଟୋ ଉପରେ ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ । ଏହି ଘଟଣାରେ ଆଉ ଜଣେ ମହିଳା ଓ ୨ ଜଣ ବ୍ୟକ୍ତି ଗୁରୁତର ଆହତ । ମୃତ ମହିଳା ହେଲେ ତିଳେଇପଶି ଗ୍ରାମର ଜେମା ପରିଡା ।

ସୂଚନା ଅନୁଯାୟୀ, ଖମାର ଥାନା ଇଂଜିଡି ପଞ୍ଚାୟତ ତିଳେଇପଶି ଗାଁର ଗୋଟିଏ ପରିବାରର ୪ ଜଣ ସଦସ୍ୟ ପାଲଲହଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ । ସେଠାରୁ ସ୍ୱାସ୍ଥ୍ୟ ପରୀକ୍ଷା ସାରି ଫେରୁଥିବା ସମୟରେ  ଅଧା ରାସ୍ତାରେ ଘଟିଥିଲା ଅଘଟଣ। ବିନା ପବନରେ ରାସ୍ତା କଡ଼ରେ ରହିଥିବା ଗୋଟିଏ ଶୁଖିଲା ଗଛର ହଠାତ୍‌ ଅଟୋ ଉପରେ ପଡ଼ି ଯାଇଥିଲା । ଫଳରେ ଅଟୋଟି ସଂପୂର୍ଣ୍ଣ ଚୂରମାର୍ ହେବାସହ ଜେମା ପରିଡାଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଘଟଣାରେ ଗୁରୁତର ହୋଇଥିବା ଅମାନୀ ସାହୁ, ଟୁନା ପରିଡ଼ା ଓ ଅଟୋ ଚାଳକଙ୍କୁ ଉଦ୍ଧାର କରି ପାଲଲହଡ଼ା ଓ ଖମାର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ଅଟୋ ଚାଳକଙ୍କ ଜଣଙ୍କ ପରିଚୟ ଜଣାପଡ଼ିନାହିଁ ।

 

Show More

Related Articles

Back to top button