Breaking PLUSଓଡ଼ିଶାଦେଶମୁଖ୍ୟ ଖବର

କିଛି ଘଂଟା ପରେ ଓଡ଼ିଶା ଆସୁଛନ୍ତି ପିଏମ ମୋଦି

ସୁରକ୍ଷା ବ୍ୟବସ୍ଥାରେ 20 ପ୍ଲାଟୁନ ପୋଲିସ ଫୋର୍ସ

ଭୁବନେଶ୍ୱର- ଆଉ କିଛି ଘଂଟାର ଅପେକ୍ଷା । ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାତି ସାଢ଼େ ୯ଟାରେ ଭୁବନେଶ୍ୱରରେ ପହଞ୍ଚିବେ। ରାତିରେ ରାଜଭବନରେ ରହଣି କରିବେ। ସୋମବାର ପୂର୍ବାହ୍ଣରେ ବ୍ରହ୍ମପୁର ଓ ପରେ ନବରଙ୍ଗପୁରରେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ। ସୋମବାର ପୂର୍ବାହ୍ଣରେ ବ୍ରହ୍ମପୁର ଓ ପରେ ନବରଙ୍ଗପୁରରେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ। ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି ଚଳଚଞ୍ଚଳ ହୋଇପଡିଛି।
ଗସ୍ତ ବେଳେ ୨୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହେବେ । ଏ ନେଇ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି ପୁଲିସ୍ କମିଶନର ସଞ୍ଜୀବ ପଣ୍ଡା। ୨୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ସହ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ହୋଇଛି। ୩ ଡିସିପି, ୧୦ ଏସିପି, ୧୭ ଆଇଆଇସିଙ୍କ ସହ ୯୦ ଏସଆଇ ଓ ଏଏସଆଇ ମୁତୟନ ରହିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ରାସ୍ତାରେ ବ୍ୟାରିକେଡ୍ କରାଯିବ । ରାଜଭବନରେ ମଧ୍ୟ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ସିପି

Show More

Related Articles

Leave a Reply

Your email address will not be published. Required fields are marked *

Back to top button