ପାଣିପାଗମୁଖ୍ୟ ଖବରସ୍ୱତନ୍ତ୍ର

କେରଳ ମୁହାଁ ହେଲା ମୌସୁମୀ, ଜୁନ୍୧ ରେ ଛୁଇଁବ

ନୂଆଦିଲ୍ଲୀ : କେରଳ ମୁହାଁ ହେଲା ମୌସୁମୀ । ପ୍ରାୟ ୬ ଦିନ ନିଷ୍କ୍ରିୟ ରହିବାପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗୁରୁୁବାର କେରଳ ଆଡକୁ ମୁହାଁଇଛି । ଗୁରୁବାର ଦିନ ଶ୍ରୀଲଙ୍କାର ଦକ୍ଷିଣଭାଗରେ ପ୍ରବଳ ବର୍ଷା ହେବାପରେ ମୌସୁମୀ ବାୟୁ କେରଳ ଉପକୂଳ ଆଡକୁ ଅଗ୍ରସର ହେଉଥିବା ଜଣାପଡିଛି । ଏନେଇ ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି ।

ଆଇଏମ୍‌ଡିର ପୂର୍ବାନୁମାନ ଅନୁୟାୟୀ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ଆରବ ସାଗର ସମେତ ମାଳଦ୍ୱୀପ, ଲାକ୍ଷାଦ୍ୱୀପ ଓ କୋମୋରିନ୍ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ କେରଳରେ ମୌସୁମୀର ଗତିବିଧି ଉପରେ ବିଭାଗ ପକ୍ଷରୁ ନିୟମିତ ନଜର ରଖାଯାଉଛି ।

ପୂର୍ବରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମେ’ ୨୭ ସୁଦ୍ଧା କେରଳ ଛୁଇଁବ ବୋଲି ଆଇଏମ୍‌ଡି ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା । ତେବେ ଆରବ ସାଗରରେ ଏହା ନିଷ୍କ୍ରିୟ ହୋଇପଡିବାରୁ ବର୍ତ୍ତମାନ ଜୁନ୍ ୧ ସୁଦ୍ଧା ଏହା କେରଳରେ ପହଞ୍ଚିବ ବୋଲି ଆଶା କରାଯାଉଛି ।

 

Show More

Related Articles

Back to top button