ଦୁର୍ଘଟଣାମୁଖ୍ୟ ଖବର

ବିଳମ୍ୱିତ ରାତିରେ ଏକ କୂଅ ମଧ୍ୟରେ ପଡିରହିଛି ହାତୀ ଛୁଆ

ବନବିଭାଗ ଟିମ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ କରଡା ରେଞ୍ଜ ବଡବାରବା ପଳାସ ପଲି ଗ୍ରାମ ଜଙ୍ଗଲ ନିକଟସ୍ଥ ଏକ ପରିତ୍ୟକ୍ତ ଶୁଖିଲା କୂଅରେ ଏକ ହାତିଟି ବିଳମ୍ବିତ ରାତିରେ ପଡ଼ିରହିଛି । ଖବର ପାଇ ବଡବାରବା ବନବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତିଟି ପାଖରେ କଦଳୀ କାନ୍ଧୀର ଲୋଭ ଦେଖାଇ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସୂଚନା ଅନୁଯାୟୀ, କନ୍ଧମାଳ ଗଞ୍ଜମ୍ ସୀମାନ୍ତ ବନଖଣ୍ଡ ଅନ୍ତର୍ଗତ କରଡ଼ା ବନାଞ୍ଚଳର ବଡ଼ ବାରବାର ପଳାଶ ପଲ୍ଲୀ ଜଙ୍ଗଲରେ ହାତୀ ପଲ ଚଳପ୍ରଚଳ କରୁଥିବା ବେଳେ ଜଙ୍ଗଲ ମଧ୍ୟରେ ଥିବା ଏକ ପରିତ୍ୟକ୍ତ କୁଅରେ ଏକ ଛୁଆ ହାତୀ ପଡ଼ିଯାଇଥିବା ଜଣାପଡ଼ିଛି । ଆଖପାଖ ଲୋକଙ୍କ ନିକଟରୁ ଖବର ପାଇ ବଡ଼ବାରବା କ୍ଷେତ୍ରରେ କାର୍ଯ୍ୟରତ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀ ଛୁଆକୁ କୁଅରୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

Show More

Related Articles

Back to top button