ଅପରାଧଓଡ଼ିଶାମୁଖ୍ୟ ଖବର

ବିଧବା ମାଆକୁ ପିଟିପିଟି ହତ୍ୟା କଲା ପୁଅ

ଫୁଲବାଣୀ: ଦିନକୁ ଦିନ ହଜିଯାଉଛି ମାନବିକତା । ମରିଯାଉଛି ମଣିଷ ପଣିଆ । ନିଜ ବିଧବା ମାଆକୁ ପିଟିପିଟି ହତ୍ୟା କଲା ରାକ୍ଷସ ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ବିଡ଼ାଙ୍ଗୀସାହିରେ। ମୃତକ ହେଲେ କସ୍ତୁରୀ କହଁର ।

ସୂଚନା ଅନୁଯାୟୀ, ବିଡ଼ାଙ୍ଗୀସାହିର ୬୦ ବର୍ଷୀୟ କସ୍ତୁରୀ କହଁରଙ୍କୁ ତାଙ୍କ ପୁଅ ଜିତେନ୍ଦ୍ର କହଁର କାଠ ଫାଳିଆରେ ପିଟି ପିଟି ହତ୍ୟାକରିଛି । ତେବେ କେଉଁ କାରଣକୁ ନେଇ ଅଭିଯୁକ୍ତ ପୁଅ ଏପରି କାଣ୍ଡ ଘଟାଇଛି , ସେ ନେଇ କୌଣସି ସୂଚନା ମିଳିପାରି ନାହିଁ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଥାନାରେ ୮୪/୨୦୨୨ ରେ ଏକ ହତ୍ୟା ମାମଲା ରୁଜୁ କରି ଟାଉନ ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା କରୁଛି।

Show More

Related Articles

Back to top button