Breaking PLUSଦେଶମୁଖ୍ୟ ଖବର

ସମୂହ ଛୁଟିରେ ଏୟାର ଇଣ୍ଡିଆ କର୍ମଚାରୀ, 70ରୁ ଅଧିକ ବିମାନ ବାତିଲ

ନୂଆଦିଲ୍ଲୀ- ସମୂହ ଛୁଟିରେ ଯାଇଛନ୍ତି ଏୟାର ଇଣ୍ଡିଆର ଅନେକ କର୍ମଚାରୀ। ଅସୁସ୍ଥତା କାରଣ ଦର୍ଶାଇ ଏକା ସାଙ୍ଗରେ କର୍ମଚାରୀମାନେ ଛୁଟିରେ ଯାଇଥିବାରୁ ଏୟାର ଇଣ୍ଡିଆର ୭୦ରୁ ଅଧିକ ବିମାନର ଘରୋଇ ଓ ଅନ୍ତର୍ଜାତୀୟ ଉଡାଣକୁ ବାତିଲ କରାଯାଇଛି। ସୂଚନା ଅନୁସାରେ ବିମାନ ଚାଳକ ଟିମର ଅନେକ ସଦସ୍ୟ ମଙ୍ଗଳବାର ହଠାତ ଅସୁସ୍ଥତା ଦର୍ଶାଇ ଛୁଟି ପାଇଁ ଆବେଦନ କରିଥିଲେ। ଏହାପରେ ସମସ୍ତ ସଦସ୍ୟଙ୍କ ମୋବାଇଲ୍‌‌ ସୁଇଚ୍‌‌ ଅଫ୍‌‌ ରହିଛି। ସେମାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ବି ସମ୍ଭବ ହୋଇ ନ ଥିବା ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଏନେଇ ଏୟାର ଇଣ୍ଡିଆ ପ୍ରବକ୍ତା କହିଛନ୍ତି ଯେ ଶତାଧିକ କ୍ୟାବିନ୍‌‌ କ୍ରୁ ମେମ୍ବର ଏକା ସାଙ୍ଗରେ ଅସୁସ୍ଥ ହୋଇଛନ୍ତି। ଫଳରେ ବାଧ୍ୟ ହୋଇ ଆମକୁ ବହୁ ବିମାନ ବାତିଲ କରିବା ସହ କେତେକ ବିମାନକୁ ବିଳମ୍ବରେ ଛାଡିବାକୁ ପଡୁଛି। ଯାତ୍ରୀମାନେ ଏଥିପାଇଁ ହଇରାଣ ହେଉଥିବାରୁ ସେମାନଙ୍କ ନିକଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରୁଛୁ ବୋଲି କହିଛନ୍ତି। ଉଡାଣ ଭରିବାକୁ ଥିବା ବିମାନଗୁଡିକ ବାତିଲ ହେବାରୁ ଯାତ୍ରୀମାନଙ୍କୁ ସେମାନଙ୍କ ଟଙ୍କା ସମୂର୍ଣ୍ଣ ରୂପେ ଫେରାଇ ଦିଆଯିବ। ଯଦି ଯାତ୍ରୀମାନେ ଚାହିଁବେ ସେମାନେ ଅନ୍ୟ ତାରିଖକୁ ଘୁଞ୍ଚାଇ ପାରିବେ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button