Breaking PLUSଓଡ଼ିଶାମୁଖ୍ୟ ଖବର

ପଶ୍ଚିମ ଦିଗରୁ ଶୁଷ୍କ ବାୟୁପ୍ରବାହ ଯୋଗୁ ବଢୁଛି ତାତି

ଭୁବନେଶ୍ୱର- ଜଳୁଛି ସାରା ଓଡ଼ିଶା । ସାଢେ ୨ଟା ସୁଦ୍ଧା ଶୁକ୍ରବାର ୪୩ ଡିଗ୍ରୀ ଟପିଲା ତାପମାତ୍ରା। ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ତାତି ବଢୁଛି। ଆଗାମୀ ୨ ଦିନ ଦକ୍ଷିଣ ଓଡିଶାରେ କାଳ ବୈଶାଖୀ ବର୍ଷା ସମ୍ଭାବନା ରହିଛି। ଆଜି ୪୩.୫ ଡିଗ୍ରୀ ସହ ଝାରସୁଗୁଡା ସବୁଠାରୁ ଉତ୍ତପ୍ତ ସହର।
ସମ୍ବଲପୁର ଓ ହୀରାକୁଦ ୪୩, ରାଉରକେଲା ୪୨, କେନ୍ଦୁଝର ୪୧.୮, ଚାନ୍ଦବାଲି ୪୧.୬, ଭୁବନେଶ୍ୱର ୪୦.୫ ଡିଗ୍ରୀ ରେକର୍ଡ କରାଯାଇଛି। ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମପ୍ରବାହ। ଗ୍ରୀଷ୍ମପ୍ରବାହ ପାଇଁ ଅଧିକାଂଶ ଜିଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଆଭ୍ୟନ୍ତରୀଣ ଓଡିଶାରେ ୪୫ କିମ୍ବା ଅଧିକ ତାତି ରହିବ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button