ଅପରାଧଆଇନ କାନୁନଓଡ଼ିଶା

ପ୍ରେମ ପାଇଁ ବାପା ଓ ଭାଇକୁ ଖଣ୍ଡାରେ ଆକ୍ରମଣ

ଦିନକୁ ଦିନ ହଜିଯାଉଛି ମାନବିକତା । ମରିଯାଉଛି ମଣିଷ ପଣିଆ । ପ୍ରେମ ପାଇଁ ବାପା ଓ ଭାଇକୁ ଖଣ୍ଡାରେ ଆକ୍ରମଣ । ଏପରି ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁର ମୋଚି ସାହିରେ । ଏନେଇ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ପୁଅ ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦୁଇଜଣ ହେଲେ ଏ. ଭେଙ୍କଟରମଣଙ୍କ ପୁଅ ଏ. ସୁରଜ ଓ ତାଙ୍କ ସହଯୋଗୀ ଖାଲାସୀ ସାହିର ଜି.ଶ୍ୟାମ। ପୋଲିସ ଘଟଣାରେ ବ୍ୟବହୃତ ଖଣ୍ଡା ଜବତ କରିବାସହ ଏକ ମାମଲା ରୁଜୁ କରି ଶୁକ୍ରବାର ଅଭିଯୁକ୍ତଦ୍ୱୟଙ୍କୁ କୋର୍ଟ ଚାଲାଣ କରିଛି।

ମିଳିଥିବା ସୂଚନା ମୁତାବକ , ସୁରଜ କିଛିଦିନ ତଳେ ଅନ୍ୟ ଜାତିର ଜଣେ ଝିଅକୁ ପରିବାର ଲୋକଙ୍କ ଅନିଚ୍ଛା ସତ୍ତ୍ୱେ ବିବାହ କରିଥିଲେ। ତେଣୁ ପୁଅ ବୋହୂଙ୍କୁ ବାପା ଭେଙ୍କଟରମଣ ଘରେ ରହିବାକୁ ଅନୁମତି ଦେଇ ନ ଥିଲେ। ଏହାକୁ କେନ୍ଦ୍ର କରି ବାପା, ପୁଅଙ୍କ ମଧ୍ୟରେ ଝଗଡା ହୋଇଥିଲା। ଗୁରୁବାର ରାତି ପ୍ରାୟ ସାଢେ ୧୦ଟାରେ ସୁରଜ ଓ ତାଙ୍କ ସହଯୋଗୀ ଶ୍ୟାମଙ୍କୁ ଧରି ମୋଚି ସାହକୁ ଆସିଥିଲେ। ସୁରଜ ଏକ ଖଣ୍ଡାରେ ତାଙ୍କ ବାପାଙ୍କୁ ହାଣିବା ପାଇଁ ଉଦ୍ୟମ କରିଥିଲେ। ଏହି ସମୟରେ ସୁରଜଙ୍କ ଅନ୍ୟ ଜଣେ ଭାଇ ଏ .ରସିବତ ଏହାକୁ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ।

Show More

Related Articles

Back to top button