Breaking PLUSଦେଶମୁଖ୍ୟ ଖବରସ୍ୱତନ୍ତ୍ର

ପୋଙ୍ଗଲ ଉତ୍ସବରେ ସାମିଲ ହେଲେ ପିଏମ, କହିଲେ ଏକତାର ବାର୍ତ୍ତା ଦେଇଥାଏ ଏହି ପର୍ବ

ନୂଆଦିଲ୍ଲୀ, ୧୪ ଜାନୁଆରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ରାଷ୍ଟ୍ରମନ୍ତ୍ରୀ ଏଲ.ମୁଗରନଙ୍କ ପକ୍ଷରୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଆୟୋଜିତ ପୋଙ୍ଗଲ ସମାରୋହରେ ସାମିଲ ହୋଇଥିଲେ । ଏହି ଅବସରରେ ତେଲେଙ୍ଗାନାର ରାଜ୍ୟପାଳ ତାମିଲିସାଇ ସୁନ୍ଦରରାଜନ ଓ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ବହୁ ବଡବଡ ନେତା ଉପସ୍ଥିତ ଥିଲେ ।
ଏହି ଅବସରରେ ପିଏମ ମୋଦି ତାମିଲନାଡୁର ପାରମ୍ପରିକ ବେଶଭୂଷା ପିନ୍ଧିଥିଲେ । ଏବଂ ଏହି ଉତ୍ସବ ସହିତ ଜଡିତ ବିଭିନ୍ନ କାର୍ଯ୍ୟକଳାପରେ ଭାଗ ନେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ପୋଙ୍ଗଲ, ମାଘ ବିହୁ, ମକର ସଂକ୍ରାନ୍ତି ଓ ଲୋହଡିର ଶୁଭକାମନା ଜଣାଇଥିଲେ ଏବଂ କହିଥିଲେ ଏହି ପର୍ବ ଦେଶର ଏକତାକୁ ମଜବୁତ କରିବା ପାଇଁ ବାର୍ତ୍ତା ଦେଇଥାଏ ।
ପିଏମ ମୋଦି ନିଜ ସମ୍ବୋଧନରେ ପୋଙ୍ଗଲ ପର୍ବକୁ ଏକ ଭାରତ, ଶ୍ରେଷ୍ଠ ଭାରତ ଭାବନାରେ ଯୋଡିଥିଲେ । ସେ କହିଥିଲେ ଯେ, ପୋଙ୍ଗଲ ଏକ ପବିତ୍ର ଦିନ ତାମିଲନାଡୁର ପ୍ରତି ଘରୁ ପୋଙ୍ଗଲ ଧାରାର ପ୍ରବାହ ହୋଇଥାଏ । ମୋର କାମନା ଏଭଳି ଭାବେ ଆପଣଙ୍କ ଜୀବନରେ ମଧ୍ୟ ସୁଖ, ସମୃଦ୍ଧି ଓ ସନ୍ତୋଷର ଧାରା ପ୍ରବାହ ନିରନ୍ତର ହେଉଥାଉ ।

Show More

Related Articles

Back to top button