Breaking PLUSଦେଶମୁଖ୍ୟ ଖବର

ଚାରୋଟି ଶ୍ରେଣୀରେ ‘ଜାତୀୟ ବିଜ୍ଞାନ ପୁରସ୍କାର’ ପାଇଁ ଆବେଦନ ନିମନ୍ତ୍ରଣ

ନୂଆଦିଲ୍ଲୀ, ୧୪ ଜାନୁଆରୀ – ଭାରତ ସରକାର ବିଜ୍ଞାନ, ପ୍ରଦ୍ୟୋଗିକ ଓ ନବାଚାର କ୍ଷେତ୍ରରେ ଜାତୀୟ ବିଜ୍ଞାନ ପୁରସ୍କାର ଘୋଷଣା କରିଛନ୍ତି । ଜାତୀୟ ପୁରସ୍କାର ଅନୁସନ୍ଧାନକାରୀ, ବୈଷୟିକ ଓ ଭଦ୍ଭାବକଙ୍କ ଉତ୍କୃଷ୍ଟ ଓ ପ୍ରେରଣାଦାୟୀ ବୈଜ୍ଞାନକ, ବୈଷୟିକ ଓ ଅଭିନବ ଯୋଗଦାନକୁ ମାନ୍ୟତା ଦେଇଥାଏ ।
ବିଜ୍ଞାନ ଏବଂ ବୈଷୟିକ ମନ୍ତ୍ରାଳୟ ଅନୁସାରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ଉଦ୍ଭାବନର ବିଭିନ୍ନ କ୍ଷେତ୍ରରେ ବ୍ୟକ୍ତି କିମ୍ବା ଟିମ ପାଇଁ ଜାତୀୟ ବିଜ୍ଞାନ ପୁରସ୍କାର ପାଇଁ ଆବେଦନ ନିମନ୍ତ୍ରଣ କରାଯାଇଥାଏ । ପୁରସ୍କାର ପାଇଁ ନାମାଙ୍କନ ଜାନୁୟାରୀ 14ରୁ ଫେବୃୟାରୀ 28ଯାଏ ଗୃହ ମନ୍ତ୍ରାଳୟର ପୁରସ୍କାର ପୋର୍ଟାଲରେ କରାଯାଇପାରିବ । ପୁରସ୍କାର ଘୋଷଣା ମେ ମାସ 11 ତାରିଖ (ଜାତୀୟ ଟେକ୍ନୋଲୋଜି ଦିବସ)ରେ କରାଯିବ । ଏବଂ ପୁରସ୍କାର ଅଗଷ୍ଟ 23 (ଜାତୀୟ ମହାକାଶ ଦିବସ)ରେ ଆୟୋଜିତ ସମାରୋହରେ ପ୍ରଦାନ କରାଯିବ ।

Show More

Related Articles

Back to top button