Breaking PLUSଦେଶମୁଖ୍ୟ ଖବର

ସୋମବାର ପିଏମ-ଜନମନ ସହିତ ଜଡିତ ଗ୍ରାମିଣ ଆବାସ ଯୋଜନାର ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଜାରି କରିବେ ପିଏମ ମୋଦି

ନୂଆଦିଲ୍ଲୀ, ୧୪ ଜାନୁଆରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦ୍ୱିପ୍ରହର 12ଟା ବେଳେ ଭିସି ଜରିଆରେ ପ୍ରଧାନମନ୍ତ୍ରୀ ଜନଜାତୀୟ ଆଦିବାସୀ ନ୍ୟାୟ ମହା ଅଭିଯାନ ଆଧାରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମିଣର ଏକଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଜାରି କରିବେ । ଏହି ଅବସରରେ ପିଏମ ମୋଦି ହିତାଧିକାରୀଙ୍କ ସହିତ ଆଲୋଚନା କରିବେ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁସାରେ ଅନ୍ତିମ ପାହାଚରେ ଥିବା ବ୍ୟକ୍ତିକୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ ଅନୁରୂପେ ଗତବର୍ଷ ଜନଜାତି ଗୌରବ ଦିବସ ନଭେମ୍ବର 15ରେ ବିଶେଷ କରି ଦୁର୍ବଳ ଜନଜାତି ଗୋଷ୍ଠୀଙ୍କର ସାମାଜିକ ଆର୍ଥିକ ବିକାଶ ପାଇଁ ପିଏମ-ଜନମନର ଆରମ୍ଭ ହୋଇଥିଲା । ପ୍ରାୟ 24 ହଜାର କୋଟି ଟଙ୍କା ବଜେଟର ପିଏମ-ଜନମନ 9ଟି ମନ୍ତ୍ରାଳୟ ମାଧ୍ୟମରେ 11ଟି ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଉପରେ କେନ୍ଦ୍ରିତ ଅଟେ ।

Show More

Related Articles

Back to top button