Breaking PLUSଦେଶମୁଖ୍ୟ ଖବର

କେନ୍ଦ୍ରୀୟ ନେତାଙ୍କ ସହ ଇମ୍ଫାଲରେ ପହଞ୍ଚିଲେ ରାହୁଲ ଗାନ୍ଧି

ଇମ୍ଫାଲ, ୧୪ ଜାନୁଆରୀ – କଂଗ୍ରେସ ନେତା ରାହୁଲ ଗାନ୍ଧି କେନ୍ଦ୍ରୀୟ ନେତାଙ୍କ ଏକ ଗୋଷ୍ଠୀ ସହ ରବିବାର ଇମ୍ଫାଲରେ ପହଞ୍ଚିଛନ୍ତି । ଏୟାରପୋର୍ଟରେ ମଣିପୁର ପ୍ରଦେଶ କଂଗ୍ରେସ ନେତା ତାଙ୍କର ସ୍ୱାଗତ କରିଥିଲେ । ରାହୁଲ ଗାନ୍ଧି ଏଠାରୁ ସଡକ ମାର୍ଗରେ ଥୌବଲ ଜିଲ୍ଲା ଖାଂଗଜାମ ଗସ୍ତ କରିଛନ୍ତି । ଖଂଗଜାମ ମୈଦାନରୁ ନିଜର ପ୍ରସ୍ତାବିତ ଭାରତ ଯୋଡୋ ନ୍ୟାୟ ଯାତ୍ରାର ଶୁଭାରମ୍ଭ କରିବେ ରାହୁଲ ।
ରବିବାର ଘନ କୁହୁଡି କାରଣରୁ ଦିଲ୍ଲୀ ଏୟାରପୋର୍ଟରୁ ରାହୁଲ ଗାନ୍ଧିଙ୍କ ଇଣ୍ଡିଗୋ ଉଡାଣ ଭରିବାରେ ପ୍ରାୟ 4ଘଣ୍ଟା ବିଳମ୍ବ ହୋଇଥିଲା । ରାହୁଲଙ୍କ ସହିତ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେୱନ୍ତ ରେଡ୍ଡୀ, ଅଶୋକ ଗେହେଲଟ୍, ସଚିନ ପାଇଲଟ, ଅଭିଷେକ ମନୁସାଂଘଭି, ଦିଗବିଜୟ ସିଂହ, ସଲମାନ ଖୁର୍ସିଦ ପ୍ରମୁଖ ସାମିଲ ଥିଲେ ।

Show More

Related Articles

Back to top button