ଓଡ଼ିଶାମୁଖ୍ୟ ଖବର

ଶ୍ରୀମନ୍ଦିର ପାଇଁ ନୂଆ ଗାଇଡଲାଇନ୍

ଶ୍ରୀମନ୍ଦିର ଲାଗି ଆସିଛି ନୂଆ ଏସଓପି । ପରିବର୍ତ୍ତିତ ଗାଇଡଲାଇନ୍ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ଆସନ୍ତାକାଲିଠାରୁ ଲାଗୁ ହେବ ଏହି ନୂଆ ପରିବର୍ତ୍ତିତ ମାର୍ଗଦର୍ଶିକା । ତେବେ ପବିତ୍ର ଦଶହରା ପାଇଁ ଆସନ୍ତାକାଲି ବନ୍ଦ ରହିବ ଶ୍ରୀମନ୍ଦିର । ଶନିବାର ଗୋଷାଣି ଭସାଣି ପାଇଁ ଦିନ ୧୨ଟାରୁ ବନ୍ଦ ରହିବ ଶ୍ରୀମନ୍ଦିର । ଅକ୍ଟୋବର ଓ ନଭେମ୍ବରରେ ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ ।

ରବିବାର ଶ୍ରୀମନ୍ଦିରକୁ ବିଶୋଧନ କରାଯିବ । କୁମାର ପୂର୍ଣ୍ଣିମାରେ ଖୋଲା ରହିବ ଶ୍ରୀମନ୍ଦିର । ନଭେମ୍ବର ୪, ୧୫ ଓ ୧୯ ତାରିଖରେ ବନ୍ଦ ରହିବ ଶ୍ରୀମନ୍ଦିର । ଦୀପାବଳି, ବଡ଼ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମାରେ ମଧ୍ୟ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ । ତେବେ ଅନ୍ୟଦିନ ମାନଙ୍କରେ ପୂର୍ବଭଳି ସକାଳ ୭ଟାରୁ ରାତି ୯ଟା ଯାଏଁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଭକ୍ତଙ୍କ ପାଇଁ ଆରଟିପିସିଆର ନେଗେଟିଭ୍ ପ୍ରମାଣ ପତ୍ର ବାଧ୍ୟତାମୂଳକ କିମ୍ବା ଡବଲ ଡୋଜ୍ ଟିକାକରଣ ପ୍ରମାଣପତ୍ର ବାଧ୍ୟତାମୂଳକ । କରୋନା ପାଇଁ ପୂର୍ବରୁ ଜାରି ହୋଇଥିବା ନିୟମ ଜାରି ରହିବ ।

Show More

Related Articles

Back to top button