Breaking PLUSଦେଶ

ଖାଉଟିଙ୍କୁ ଆଶ୍ୱସ୍ତି

କମିବ ଖାଇବା ତେଲ ଦର

ଖାଉଟିଙ୍କୁ ମିଳିବ ଆଶ୍ୱସ୍ତି । କମିବ ଖାଇବା ତେଲ ଦାମ୍ । ଖାଇବା ତେଲର ଦାମ କମିବା ନେଇ ସରକାରଙ୍କ ଘୋଷଣା । ଖାଇବା ତେଲ ଉପରୁ କୃଷି କର ଓ କଷ୍ଟମ୍ ଡ୍ୟୁଟି ଉଠିଯିବା ପରେ ଖାଇବା ତେଲ ଦର ୧୫ଟଙ୍କା ଯାଏଁ ହ୍ରାସ ପାଇବ ବୋଲି ସୂଚନା ରହିଛି ।

ବର୍ତ୍ତମାନ ପେଟ୍ରୋଲ ଦର ବୃଦ୍ଧି ସାଙ୍ଗକୁ ଖାଦ୍ୟ ଦରଦାମ ବୃଦ୍ଧି ଘଟଣାକୁ ନେଇ ଉପଭୋକ୍ତା ଚିନ୍ତାରେ ଥିବାବେଳେ ସରକାରଙ୍କ ଘୋଷଣା ସାମାନ୍ୟ ଆଶ୍ୱସ୍ତି ଆଣିଛି । ଖାଇବା ତେଲ ଉପରୁ ଟିକସ୍ ଉଠାଇବା ପରେ ଏହାର ଦର ୧୫ ଟଙ୍କା ପର୍ଯ୍ୟନ୍ତ କମିବ ବୋଲି ଘୋଷଣା ହୋଇଛି । ଏହାକୁ ଆକ୍ଟୋବର ୧୪ ତାରିଖ ଠାରୁ ଲାଗୁ କରାଯିବ । ଏହି କମ ଦରକୁ ୨୦୨୨ ମାର୍ଚ୍ଚ ୩୧ ଯାଏଁ ବଳବତ୍ତର ରଖାଯିବ ବୋଲି ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ର କେନ୍ଦ୍ରୀୟ ବୋର୍ଡ (ସିବିଆଇସି) ସୂଚନା ଦେଇଛି ।

Show More

Related Articles

Back to top button