Breaking PLUSମୁଖ୍ୟ ଖବରରାଜନୀତି

କଂଗ୍ରେସରୁ ଇସ୍ତଫା ଦେଲେ ନବୀନ ନନ୍ଦ

କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବିଧାୟକ ତଥା ଢ଼େଙ୍କାନାଳର ବରିଷ୍ଠ ନେତା ନବୀନ ନନ୍ଦ । ଇସ୍ତଫା ଦେଇଥିବା ନେଇ ସେ ଫେସବୁକ୍ ଓ ଟ୍ୱିଟରରେ ସୂଚନା ଦେଇଛନ୍ତି ।

ନବୀନ ଲେଖିଛନ୍ତି, ସେ ତାଙ୍କ ନିଜ ଇଚ୍ଛାରେ “ଭାରତୀୟ ଜାତୀୟ କଂଗ୍ରେସ ” ଦଳ ର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ମେଲ ଯୋଗେ ପ୍ରଦେଶ କଂଗ୍ରେସ ସଭାପତିଙ୍କ ନିକଟକୁ ପଠାଇଛନ୍ତି । କଂଗ୍ରେସର ରାଜ୍ୟ ନେତୃତ୍ୱ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଢେ଼ଙ୍କାନାଳ ବିଧାନ ସଭା ଆସନ ପାଇଁ ୨୦୧୯ ରେ ମନୋନୀତ କରି ଥିବାରୁ ସେ ବ୍ୟକ୍ତିଗତ ଭାବେ ସଭାପତିଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି ।

Show More

Related Articles

Back to top button