Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ମମତାଙ୍କ ଧମକୁ ଅଣଦେଖା, କନ୍ୟାଶ୍ରୀ ୟୁନିଭର୍ସିଟିର ଅନ୍ତରିଣ କୂଳପତି ନିଯୁକ୍ତ କଲେ ରାଜ୍ୟପାଳ

କୋଲକାତା: ପଶ୍ଚିମବଙ୍ଗର କନ୍ୟାଶ୍ରୀ ବିଶ୍ୱବିଦ୍ୟାଳୟର ଅନ୍ତରିଣ କୂଳପତି ଭାବେ ପ୍ରଫେସର କାଜଲ ଦେଙ୍କୁ ନିଯୁକ୍ତି ମିଳିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଚେତାବନୀକୁ ଅଣଦେଖା କରି ରାଜ୍ୟପାଳ ଡକ୍ଟର ସିଭି ଆନନ୍ଦ ବୋଷ ନଦିଆ ଜିଲ୍ଲା କୃଷ୍ଣ ନଗର ସ୍ଥିତ କନ୍ୟାଶ୍ରୀ ବିଶ୍ୱବିଦ୍ୟାଳୟରେ ଅନ୍ତରିଣ କୂଳପତି ଭାବେ ପ୍ରଫେସର କାଜଲ ଦେଙ୍କୁ ନିଯୁକ୍ତି ଦେଇଛନ୍ତି । କାଜଲ ଏବେ ଏହି କନ୍ୟାଶ୍ରୀ ୟୁନିର୍ଭସିଟିର ପ୍ରଫେସର ଅଛନ୍ତି । ରାଜଭବନ ପକ୍ଷରୁ ମଙ୍ଗଳବାର ରାତିରେ ଜାରି ହୋଇଥିବା ବୟାନରେ ଏହି ସୂଚନା ଦିଆଯାଇଛି ।

ତେବେ ଏହି ପ୍ରସଙ୍ଗରେ ରାଜ୍ୟପାଳ ଓ ମମତା ସରକାରଙ୍କ ମଧ୍ୟରେ ମତଭେଦ ଆହୁରି ବଢିପାରେ । ଏଠାରେ ସୂଚନା ଯୋଗ୍ୟ, ଶିକ୍ଷକ ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ, ଯଦି ରାଜ୍ୟପାଳ ଏଭଳି ଭାବେ ଡିଷ୍ଟର୍ବ କରନ୍ତି ତେବେ ବାଧ୍ୟ ହୋଇ ରାଜ୍ୟ ସରକାର କଡା ନିଷ୍ପତ୍ତି ନେଇପାରନ୍ତି । ଯେଉଁ ବିଶ୍ୱବିବଦ୍ୟାଳୟ ରାଜ୍ୟପାଳଙ୍କ ନିର୍ଦ୍ଦେଶର ଅନୁପାଳନ କରିବେ ସେମାନଙ୍କ ଫଣ୍ଡ ରୋକି ଦିଆଯିବ ବୋଲି ମମତା ବାନାର୍ଜୀ ଚେତାବନୀ ଦେଇଥିଲେ ।

Show More

Related Articles

Back to top button