Breaking PLUSଦେଶବିଧାନସଭା

ନୂଆ ସଂସଦ ଭବନରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ଅଧିବେଶନ

ଆସନ୍ତା ୯-୧୦ରେ ନୂଆଦିଲ୍ଲୀଠାରେ ଆୟୋଜିତ ହେବାକୁ ଯାଉଥିବା ଜି-୨୦ ସମ୍ମିଳନୀ ପାଇଁ ରାଷ୍ଟ୍ରପତି ଦ୍ରୌପଦୁ ମୁର୍ମୁଙ୍କ ନିକଟକୁ ପଠାଯାଇଥିବା ନିମନ୍ତ୍ରଣ ପତ୍ରକୁ ନେଇ ଏକ ବିବାଦ ଆରମ୍ଭ ହୋଇଛି । ଆସନ୍ତା ୧୮ରୁ ୨୨ ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆୟୋଜିତ ହେବ । ଏହି ଅବସରରେ କେନ୍ଦ୍ର ସରକାର ‘ଇଣ୍ଡିଆ’ ଶବ୍ଦକୁ ପରିବର୍ତ୍ତନ କରି ‘ଭାରତ’ ରଖିବା ନେଇ ଏକ ବିଲ ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିବା ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ପରିବର୍ତ୍ତେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ବୋଲି ଲେଖାଯାଇଥିଲା । ତେଣୁ ୨୦୨୪ ପୂର୍ବରୁ ମୋଦୀ ସରକାର ‘ଇଣ୍ଡିଆ’ ଶବ୍ଦକୁ ହଟାଇ ‘ଭାରତ’ କରିଦେବେ ବୋଲି ବିରୋଧୀମାନେ ମୋଦୀଙ୍କୁ ଟାର୍ଗେଟ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଇତିହାସକୁ ବିକୃତ କରି ଇଣ୍ଡିଆକୁ ବିଭାଜନ କରିବାକୁ ଚାହୁଁଥିବା କଂଗ୍ରେସ ନେତା ଜୟରାମ ରମେଶ ବୋଲି କହିଥିଲେ । ଏହି ପ୍ରସଙ୍ଗକୁ ନେଇ ଦେଶର ବିରୋଧୀ ନେତାମାନେ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ ଜାରି ରଖିଛନ୍ତି ।

ତେବେ ସୂଚନା ଅନୁସାରେ ଆସନ୍ତା ୧୮-୨୨ ପର୍ଯ୍ୟନ୍ତ ହେବାକୁ ଯାଉଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନ ନୂଆ ସଂସଦ ଭବନରେ ଅନୁଷ୍ଠିତ ହେବ । ୨୦୨୦ ମସିହା ମେ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନର ଶିଳାନ୍ୟାସ କରିଥିଲେ । ଟାଟା ପ୍ରକଳ୍ପ ଏହି ନୂଆ ସଂସଦ ଭବନର ନିର୍ମାଣ କରିଥିଲା । ୮୬୨ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ଏହି ବିଲଡିଂକୁ ଗତ ମେ ମାସ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ । ଏହି ବିଲଡିଂ ଭିତରେ ଏକ ଲାଉଞ୍ଜ, ଏକ ଲାଇବ୍ରେରୀ, ଅନେକ ସମିତି କକ୍ଷ, ଭୋଜନ କ୍ଷେତ୍ର ରହିବା ସହ ବଡ଼ ପାର୍କିଂ ସ୍ଥଳ ମଧ୍ୟ ରହିଛି ।

Show More

Related Articles

Back to top button