Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ପିଏମ ମୋଦିଙ୍କୁ ଚିଠି ଲେଖିଲେ ସୋନିଆ, ସ୍ୱତନ୍ତ୍ର ଅଧିବେଶନକୁ ନେଇ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ: ସଂସଦରେ ସ୍ୱତନ୍ତ୍ର ଅଧିବେଶନରେ ଜନସାଧାରଣଙ୍କ ସହ ଜଡିତ ମୌଳିକ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ସାଂସଦ ସୋନିଆ ଗାନ୍ଧି ।

ସୋନିଆ ଗାନ୍ଧି ବୁଧବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠିରେ ନଅଟି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଦାବି କରିଛନ୍ତି । ଚିଠିରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସୋନିଆ । ସେ କହିଛନ୍ତି ଯେ, ସେପ୍ଟେମ୍ବର 18ରେ ଡକାଯାଇଥିବା ସ୍ୱତନ୍ତ୍ର ଅଧିବେଶନ କିମ୍ବା ଆଲୋଚନା ହେବାକୁ ଥିବା ପ୍ରସଙ୍ଗ ସମ୍ପର୍କରେ ସରକାର ବିରୋଧୀଙ୍କ ସହ ଆଲୋଚନା କରିନାହାନ୍ତି । ସ୍ୱତନ୍ତ୍ର ଅଧିବେଶନ କଣ ପାଇଁ ଡକାଯାଇଛି ଏବଂ ଏହାର ଏଜେଣ୍ଡା କଣ ଏନେଇ ସରକାର ବିରୋଧୀଙ୍କୁ ଅବଗତ କରାଇବା ଉଚିତ ବୋଲି ସୋନିଆ କହିଛନ୍ତି ।

ସୋନିଆ ଆହୁରି କହିଛନ୍ତି ଯେ, ଆମେ ନିଶ୍ଚିତ ଭାବେ ଏହି ସ୍ୱତନ୍ତ୍ର ଅଧିବେଶନରେ ଭାଗ ନେବାକୁ ଚାହୁଁଛୁ କାରଣ ଏଠାରେ ସାର୍ବଜନୀନ ପ୍ରସଙ୍ଗ ଉଠାଇବାର ଅବସର ମିଳିବ । ସେ କହିଛନ୍ତି ଯେ, ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି, ବେରୋଜଗାରି ବୃଦ୍ଧି, ଅସମାନତା ବୃଦ୍ଧି ଓ ଏମଏସଏମଇ ସଙ୍କଟ ଉପରେ ଧ୍ୟାନ ଦିଆଯିବା ସହ ବର୍ତ୍ତମାନର ଅର୍ଥନୈତିକ ସ୍ଥିତି ଉପରେ ଆଲୋଚନା କରାଯିବ ବୋଲି ଆଶା କରାଯାଉଛି ।

Show More

Related Articles

Back to top button