ଦେଶମୁଖ୍ୟ ଖବରରାଜନୀତି

ଭାରତ ବନାମ ଇଣ୍ଡିଆକୁ ନେଇ ଟ୍ୱିଟ କଲେ ଅମିତାଭ୍

୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାକୁ ହରାଇବା ପାଇଁ ଏକାଠି ହୋଇଥିବା ୨୬ଟି ବିରୋଧୀ ଦଳ ସେମାନଙ୍କ ବ୍ଲକ୍ ନାମ ଇଣ୍ତିଆନ ନ୍ୟାଶନାଲ ଡେମୋକ୍ରାଟିକ୍ ଇନକ୍ଲୁସିଭ ଆଲାଏନ୍ସ ରଖିଥିବାରୁ ଭାଜପା ନେତୃତ୍ବାଧୀନ କେନ୍ଦ୍ରର ମୋଦି ସରକାର ନିମନ୍ତ୍ରଣରେ ଏଭଳି ପରିବର୍ତ୍ତନ କରାଯାଇଥିବା କୁହାଯାଉଛି । ତେବେ ଏପରି କରି କେନ୍ଦ୍ର ସରକାର ଦେଶର ଇତିହାସକୁ ନଷ୍ଟ କରିବା ନେଇ ଉଦ୍ୟମ କରୁଥିବା ବିରୋଧୀ କଂଗ୍ରେସ ମଧ୍ୟ ଅଭିଯୋଗ କରିଛି ।
ଜି-୨୦ ସମ୍ମିଳନୀ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଏଥିରେ ଯୋଗ ଦେବା ନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡ଼େନ ଓ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମେତ ରାଷ୍ଟ୍ର ସମୂହର ନେତା ଓ ପ୍ରତିନିଧି ମାନେ ଭାରତ ଆସିବେ । ତେବେ ଏନେଇ ଆସନ୍ତା ଶନିବାର ଦିନ ରାଷ୍ଟ୍ରପତି ଅତିଥିମାନଙ୍କ ଉଦ୍ଦେଶ୍ୟରେ ଏକ ଡ଼ିନର ପାର୍ଟିର ଆୟୋଜନ କରାଯିବ । ଏନେଇ ଛପାଯାଇଥିବା ନିମନ୍ତ୍ରଣପତ୍ରରେ ‘ପ୍ରେସିଡେଣ୍ଟ ଅଫ ଇଣ୍ତିଆ’ ପରିବର୍ତ୍ତେ ‘ପ୍ରେସିଡେଣ୍ଟ ଅଫ ଭାରତ’ ଉଲ୍ଲେଖ କରାଯାଇଛି । ତେବେ ପୂର୍ବରୁ କୌଣସି ସରକାରୀ କାର୍ଯ୍ୟକ୍ରମରେ ଭାରତ ଲେଖା ଯାଇନଥିଲା । ଯାହାକୁ ନେଇ ହଇଚଇ ହୋଇଛି ରାଜନୀତି । ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାକୁ ହରାଇବା ପାଇଁ ଏକାଠି ହୋଇଥିବା ୨୬ଟି ବିରୋଧୀ ଦଳ ସେମାନଙ୍କ ବ୍ଲକ୍ ନାମ ଇଣ୍ତିଆନ ନ୍ୟାଶନାଲ ଡେମୋକ୍ରାଟିକ୍ ଇନକ୍ଲୁସିଭ ଆଲାଏନ୍ସ ଇଣ୍ଡିଆ ରଖିଥିବାରୁ ଭାଜପା ନେତୃତ୍ବାଧୀନ କେନ୍ଦ୍ରର ମୋଦି ସରକାର ନିମନ୍ତ୍ରଣରେ ଏଭଳି ପରିବର୍ତ୍ତନ କରାଯାଇଥିବା କୁହାଯାଉଛି । ତେବେ ଏପରି କରି କେନ୍ଦ୍ର ସରକାର ଦେଶର ଇତିହାସକୁ ନଷ୍ଟ କରିବା ନେଇ ଉଦ୍ୟମ କରୁଥିବା ବିରୋଧୀ କଂଗ୍ରେସ ଅଭିଯୋଗ କରୁଛି ।
ସେପଟେ ଏହାକୁ ସମର୍ଥନ ଜଣାଇଛନ୍ତି ବଲିଉଡ଼ ଷ୍ଟାର । ସୁପରଷ୍ଟାର ଅମିତାଭ ବଚ୍ଚନ ମଙ୍ଗଳବାର ଦିନ ନିଜ ଟ୍ବିଟର ଆକାଉଣ୍ଟରେ ‘ଭାରତ ମାତା କୀ ଜୟ’ ସ୍ଲୋଗାନ ଲେଖି ଏକ ପୋଷ୍ଟରେ ସେୟାର କରିଛନ୍ତି । ଏହି ପୋଷ୍ଟରେ ଜାତୀୟ ପତାକାର ଏକ ଇମୋଜି ମଧ୍ଯ ରହିଛି । ତେବେ ଅମିତାଭ ବଚ୍ଚନଙ୍କର ଏହି ପୋଷ୍ଟ୍‌କୁ ନେଇ ସୋସିଆଲ ମିଡ଼ିଆରେ ୟୁଜର୍ସଙ୍କ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳିଥିଲା । କିଛି ୟୁଜର ବିଗ୍‌ ବି’ଙ୍କ ପୋଷ୍ଟ୍‌ରେ ‘ଇଣ୍ଡିଆ’ ଲେଖିଥିବାବେଳେ ଅନ୍ୟ କିଛି ୟୁଜର ବିଗ୍‌ ବି’ଙ୍କ ପୋଷ୍ଟ୍‌ରେ ‘ଭାରତ’ ଲେଖିଥିବା ଦେଖିବାକୁ ମିଳିଛି । ଅନେକ କେତେକ ୟୁଜର୍ସଙ୍କ ଏହି ପୋଷ୍ଟ୍‌କୁ ପ୍ରଶଂସା କରିଛନ୍ତି ।

Show More

Related Articles

Back to top button