Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ପାଲଘରରେ ଦୁର୍ଘଟଣା, 3 ମୃତ

ମୁମ୍ବାଇ: ମୁମ୍ବାଇର ପାଲଘରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜିଲ୍ଲାର ୱସଇର ମୁମ୍ବାଇ- ଅହମ୍ମଦାବାଦ ଜାତୀୟ ରାଜପଥରେ ବୁଧବାର ସକାଳେ ଦୁର୍ଘଟଣା ଘଟିଛି । କାର୍ ଓ ବସ୍ ମଧ୍ୟରେ ଦୁର୍ଘଟଣା ଯୋଗୁ ଘଟଣାସ୍ଥଳରେ ହିଁ 3ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ 2ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୋଲିସ ସୂଚନା ମୁତାବକ, ଆଜି ସକାଳେ ମୁମ୍ବାଇରୁ ଏକ କାର ଗୁଜରାଟ ଅଭିମୁଖେ ଯାଉଥିଲା । ତେବେ ହଠାତ୍ ୱସଇର ସାତୀଭଳିର ବଜରଙ୍ଗ ହୋଟେଲ ନିକଟରେ କାର ଡ୍ରାଇଭର କାର ଉପରୁ ଭାରସାମ୍ୟ ହରାଇଥିଲେ । ଏହାପରେ କାରଟି ଡିଭାଇଡର ସହ ଧକ୍କା ହୋଇ ମୁମ୍ବାଇକୁ ଆସୁଥିବା ଏକ ଟ୍ରକ ସହ ମାଡ଼ ହୋଇଥିଲା । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ କାରରେ ଯାଉଥିବା ତିନିଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2ଜଣ ଆହତ ହୋଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନିଭନ କରିବା ସହ ମୃତାହତଙ୍କ ଚିହ୍ନଟ କରିଛି ।

Show More

Related Articles

Back to top button