Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ଓଡ଼ିଶାରେ ମୋହନ ଭାଗବତ

ପାଞ୍ଚ ଦିନିଆ ଗସ୍ତରେ ଆରଏସଏସ ମୁଖ୍ୟ

ଓଡ଼ିଶା ଆସିଛନ୍ତି ଆରଏସଏସ୍ ମୁଖ୍ୟ ମୋହନ ଭାଗବତ । ପାଞ୍ଚ ଦିନିଆ ଗସ୍ତରେ ଆସି ଗତକାଲି ରାତିରେ ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏହି ଗସ୍ତ ସମୟରେ ସେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ ସହ ଗୋବର୍ଦ୍ଧନ ପୀଠାଧିଶ ଶଙ୍କାରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟିବେ । ଏହାପରେ ସଂଘ ବୈଠକରେ ଯୋଗ ଦେଇ ସାଙ୍ଗଠନିକ ସ୍ଥିତି ବାବଦରେ ଆଲୋଚନା କରିବେ ଭାଗବତ । ଏଥିସହ କରୋନା ସଂକ୍ରମଣରେ ପୀଡ଼ିତ ଲୋକଙ୍କୁ ସାହାଯ୍ୟ ପାଇଁ ସ୍ୱୟଂ ସେବକ ସଂଘ ପକ୍ଷରୁ କରାଯାଇଥିବା ରାଜ୍ୟବ୍ୟାପୀ ସେବା କାର୍ଯ୍ୟର ସମୀକ୍ଷା କରିବେ । ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ଆବଶ୍ୟକ ପ୍ରଶିକ୍ଷଣ ଏବଂ ପ୍ରସ୍ତୁତି ଉପରେ ମଧ୍ୟ ବିଚାର କରାଯିବ । ଆସନ୍ତା ୨୯ ତାରିଖରେ ଓଡ଼ିଶା ଗସ୍ତ ସାରି ଫେରିଯିବେ ଆରଏସଏସ ମୁଖ୍ୟ ମୋହନ ଭାଗବତ ।

Show More

Related Articles

Back to top button