Breaking PLUSଓଡ଼ିଶାମୁଖ୍ୟ ଖବର

ଏଟିଏମ୍ ଲୁଟେରା

ଏଟିଏମ ଭାଙ୍ଗିବାକୁ ଉଦ୍ୟମ

ରାଜଧାନୀରେ ଏଟିଏମ ଭାଙ୍ଗି ଟଙ୍କା ଲୁଟ୍ ଉଦ୍ୟମ ଫେଲ୍ ମାରିଛି । ଏଟିଏମ ଭାଙ୍ଗିବାକୁ ଉଦ୍ୟମ କଲାବେଳେ ଲୋକଙ୍କ ହାବୁଡରେ ପଡିଥିଲେ ଲୁଟେରା । ସ୍ଥାନୀୟ ଲୋକେ ୨ ଜଣ ଲୁଟେରାଙ୍କୁ କାବୁ କରି ପୋଲିସକୁ  ସଙ୍ଗେ ସଙ୍ଗେ ଖବର ଦେଇଥିଲେ । ପୋଲିସ ପହଞ୍ଚି ଦୁଇ ଲୁଟେରାଙ୍କୁ ଗିରଫ କରିଛି । ଭୁବନେଶ୍ୱର ଓଲ୍ଡ ଟାଉନ୍ ଅନ୍ତର୍ଗତ ବଢ଼େଇବାଙ୍କ ଅଞ୍ଚଳରେ ଥିବା ଷ୍ଟେଟ୍ ବ୍ୟାଙ୍କ ଏଟିଏମରୁ ଲୁଟ୍ ଉଦ୍ୟମ ହୋଇଥିଲା । ଏନେଇ ଲିଙ୍ଗରାଜ ଥାନା ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ସେମାନଙ୍କୁ ଗିରଫ କରିବା ସହ ଅଧିକ ଖୋଳତାଡ ଜାରି ରଖିଛି ।

Show More

Related Articles

Back to top button