Breaking PLUSଓଡ଼ିଶାମୁଖ୍ୟ ଖବରଶିକ୍ଷା

ବଦଳିବ +2 ପରୀକ୍ଷା ଢାଞ୍ଚା!

26 ରେ ଆସିପାରେ ନୂଆ ସିଲାବସ୍

ବଦଳିବ ଯୁକ୍ତ ୨ ପରୀକ୍ଷା ଢ଼ାଞ୍ଚା । ବର୍ଷକୁ ୨ଟି ଟର୍ମରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଏଥିସହ ଇଂଟରନାଲ ଆସେସମେଣ୍ଟ ମଧ୍ୟ କରାଯିବ । ଏହା ଦ୍ୱାରା ପରୀକ୍ଷା ହୋଇ ନପାରିଲେ ମଧ୍ୟ ବିକଳ୍ପ ମୂଲ୍ୟାୟନ ପଦ୍ଧତି ସହଜ ହୋଇପାରିବ । ସିବିଏସଇ, ବିଏସସି ଢ଼ାଞ୍ଚା ଅନୁକରଣ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଯୋଜନା ପ୍ରସ୍ତୁତ କରିଛି । ଏନେଇ ସିଏଚଏସଇ ଏକାଡେମିକ୍ କମିଟି ବୈଠକ ଡକାଯାଇଛି ।ଯେଉଁଥିରେ ପରିଷଦର ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ସମେତ ଏସ୍‌ସିଇଆରଟି ନିର୍ଦ୍ଦେଶକ, କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗ ସିଲାବସ୍‌ କମିଟିର ଅଧ୍ୟକ୍ଷମାନେ ଯୋଗଦେବେ । ଅପରାହ୍ଣରେ ବସିବାକୁ ଥିବା ଏହି ବୈଠକରେ ପ୍ରାଥମିକ ରୂପରେଖ ପ୍ରସ୍ତୁତ ହେବ । ୨୦୨୧-୨୨ ଶିକ୍ଷାବର୍ଷ ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସିଲାବସ୍‌ର ରୂପରେଖ ପ୍ରସ୍ତୁତ ହୋଇପାରି ନାହିଁ । ସମ୍ପୂର୍ଣ୍ଣ ସିଲାବସ୍‌ରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯିବ ନା ଗତବର୍ଷ ପରି ଏଥର ମଧ୍ୟ ୭୦% ସିଲାବସ୍‌ ଆଧାରରେ ପାଠପଢ଼ା ହେବ ସେନେଇ ମଧ୍ୟ ବୈଠକରେ ଆଲୋଚନା ହେବ । ସଦସ୍ୟମାନଙ୍କ ମତାମତ ଗ୍ରହଣ କରିବା ପରେ ସିଲାବସ୍‌ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।

Show More

Related Articles

Back to top button