Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ହାଇକୋର୍ଟରେ ପୌର ନିର୍ବାଚନ ଶୁଣାଣୀ

ଚାରି ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ

ପୌର ନିର୍ବାଚନ ମାମଲାର ଶୁଣାଣି ହୋଇଛି । ୪ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କୁ ନୋଟିସ୍ ଜାରି କରିଛନ୍ତି କୋର୍ଟ । ଏଥିସହ ମୁଖ୍ୟ ଶାସନ ସଚିବଙ୍କୁ ବି ଜବାବ ତଲବ ହୋଇଛି । ଚାରି ସପ୍ତାହ ଭିତରେ ସେମାନେ ଉତ୍ତର ରଖିବେ । ଏନେଇ ସୂଚନା ଦେଇଛନ୍ତି ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ । ରାଜ୍ୟ ପୌର ନିର୍ବାଚନକୁ ନେଇ ରୁଜୁ ହୋଇଥିବା ତିନିଟି ପୃଥକ ପୃଥକ ମାମଲାରେ ଶୁଣାଣି କରିଥିଲେ ହାଇକୋର୍ଟ । କଟକ, ଭୁବନେଶ୍ୱର ଓ ପୁରୀରେ ପୌର ନିର୍ବାଚନ ପାଇଁ ହାଇକୋର୍ଟରେ ମାମଲା ହୋଇଥିଲା । ପୁରୀରୁ ବିଧାୟକ ଜୟନ୍ତ ଷଡଙ୍ଗୀ, କଟକରୁ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ସମୀର ଦେ ଓ ଭୁବନେଶ୍ୱରରୁ ପ୍ରସନ୍ନ କୁମାର ମିଶ୍ରଙ୍କ ପକ୍ଷରୁ ପିଟିସନ୍ ଫାଇଲ୍ ହୋଇଥିଲା । ଯାହାର ଆଜି ଶୁଣାଣୀ ହୋଇଛି ।

Show More

Related Articles

Back to top button