Breaking PLUSଦେଶ ବିଦେଶମୁଖ୍ୟ ଖବର

ଆଫଗାନ ଫେରନ୍ତା କୋରୋନା ପଜିଟିଭ

୭୮ ଜଣଙ୍କ ଭିତରୁ ୧୬ କୋଭିଡ ଆକ୍ରାନ୍ତ

ଆଫଗାନିସ୍ତାନରୁ ଦିଲ୍ଲୀ ଫେରିଥିବା ଜଣ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣା ପଡିଛି । । ଗତକାଲି ସେମାନେ ଦିଲ୍ଲୀରେ ପହଞ୍ଚିଥିଲେ । ସଂକ୍ରମିତଙ୍କ ଭିତରେ ଅଛନ୍ତି ଗୁରୁ ଗ୍ରନ୍ଥ ସାହିବ ନେଇ ଆସିଥିବା ତିନି ଜଣ । ସେମାନଙ୍କୁ ଭେଟିବା ସହ ସ୍ୱାଗତ କରିଥିଲେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ । ସମସ୍ତ ୭୮ ଜଣଙ୍କୁ ଏବେ କ୍ୱାରେଣ୍ଟାଇନରେ ରଖାଯାଇଛି ।ଗତକାଲି ଭାରତ ଦୁଶାମ୍ବେରୁ ୭୮ ଜଣଙ୍କୁ ଉଦ୍ଧାର କରିଥିଲା । ଏମାନଙ୍କ ଭିତରେ ୨୫ ଜଣ ଭାରତୀୟ ନାଗରିକ ଥିଲେ । କିଛି ଆଫଗାନ ଶିଖ ଓ ହିନ୍ଦୁ ସାମିଲ ଥିଲେ । ବର୍ତ୍ତମାନ ସୁଦ୍ଧା ଭାରତ ଆଫଗାନିସ୍ତାନରୁ ୮୦୦ ଲୋକଙ୍କୁ ଉଦ୍ଧାର କଲାଣି । ତାଲିବାନୀ କାବୁଲ କବ୍ଜା କରିବା ପରେ ଅଗଷ୍ଟ ୧୬ରୁ ରେସକ୍ୟୁ ଅପରେସନ୍ ଜାରି ରହିଛି । ଆଫଗାନ ଫେରନ୍ତା କରୋନା ସଂକ୍ରମିତ ଚିହ୍ନଟ ହେଉଥିବାରୁ ଆଗକୁ ଚିନ୍ତାଜନକ ସ୍ଥିତି ବି ଉପୁଜିବା ନେଇ ଆଶଙ୍କା କରାଯାଉଛି।

Show More

Related Articles

Back to top button