ଖେଳ

ମାର୍ଚ୍ଚ ୧୪-୧୫ରେ ବିବାହ ବନ୍ଧନରେ ବାନ୍ଧି ହେବେ ବୁମରାହ

ଗୋଆରେ ନେବେ ୭ ଫେରା

ଟିମ୍ ଇଣ୍ଡିଆର ସ୍ପିଡ୍ ବୋଲର୍ ଯଶପ୍ରୀତ ବୁମରାହ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେଥିପାଇଁ ସେ ଇଂଲଣ୍ଡ ବିପକ୍ଷରେ ଚତୁର୍ଥ ୭ ଓ ଟି-୨୦ ସିରିଜରୁ ଛୁଟି ନେଇଛନ୍ତି। ଟିମ୍ ଇଣ୍ଡିଆର ସ୍ପିଡ୍ ବୋଲର୍ ଯଶପ୍ରୀତ ବୁମରାହ କାହାକୁ ବାହା ହେଉଛନ୍ତି ଏ ପ୍ରଶ୍ନ ସମସ୍ତଙ୍କ ମନରେ। ତେବେ ସେ କାହାକୁ ବିବାହ କରୁଛନ୍ତି ତାହା ପ୍ରଶଂସକ ବୋଧହୁଏ ଜାଣିନଥିବେ। ସୋସିଆଲ୍ ମିଡ଼ିଆରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ମାର୍ଚ୍ଚ ୧୪-୧୫ ତାରିଖରେ ବୁମରାହ ବିବାହ କରିବେ। ସେ ଗୋଆରେ ବିବାହ କରିବେ।

ସେ ସ୍ପୋର୍ଟ୍ସ ଆଙ୍କର ସଞ୍ଜନା ଗଣେଶନଙ୍କୁ ବିବାହ କରିବାକୁ ଯାଉଛନ୍ତି।ସ୍ପୋର୍ଟ୍ସ ୱେବସାଇଟ ସ୍ପୋର୍ଟ୍ସ କୀଡାର ଟ୍ୱିଟ୍ ଅନୁଯାୟୀ ସଞ୍ଜନା ଓ ଯଶପ୍ରୀତ ବୁମରାହଙ୍କ ବାହାଘର ଗୋଆରେ ହେବ। ସଞ୍ଜନା ଆଇପିଏଲ୍ ଆଙ୍କର। ସେ ୨୦୧୯ ବିଶ୍ୱକପରେ ମଧ୍ୟ ଆଙ୍କରିଙ୍ଗ୍ କରିଥିଲେ। ସଞ୍ଜନା ଇଞ୍ଜିନିୟରିଂ କରିଛନ୍ତି। କିନ୍ତୁ ସେ ମଡେଲିଂ ଆଡକୁ ମୁହାଁଇଥିଲେ ଓ ୨୦୧୪ ମସିହାରେ ସେ ମିସ୍ ଇଣ୍ଡିଆ ଫାଇନାଲ୍ ଯାଏଁ ବି ପହଞ୍ଚିଥିଲେ। ସଞ୍ଜନା ଏମ ଟିଭି ରିଆଲିଟି ଶୋ’ ସ୍ପିଲଟ୍ସ ଭିଲ୍ଲାରେ ଟିଭିରେ ଡେବ୍ୟୁ କରିଥିଲେ। ୨୦୧୩ରେ ସେ ଫେମିନା ଗର୍ଜିୟସ ଆୱାର୍ଡ ଜିତିଥିଲେ।

Show More

Related Articles

Back to top button