ବାଣିଜ୍ୟ

ଓଟିପି ଓ ଜରୁରୀ ଏସଏମଏସ ପାଇବାରେ ହେଉଛି ଅସୁବିଧା !

ନୂଆ ନିୟମ ଲାଗୁ କରିଛନ୍ତି ଟେଲିକମ୍ କମ୍ପାନୀ

ଅନାବଶ୍ୟକ କଲକୁ ନେଇ ସରକାରୀ କଟକଣା ପରେ ଟେଲିକମ୍ କମ୍ପାନୀମାନେ ଏବେ ନୂଆ ନିୟମ ଲାଗୁ କରିଛନ୍ତି । ଫଳରେ ଲକ୍ଷାଧିକ ଗ୍ରାହକଙ୍କୁ ଓଟିପି ଭଳି ଜରୁରୀ ଏସଏମଏସ ପାଇବା ପାଇଁ ଅସୁବିଧା ହେଉଛି । ଏହା କିଛିଦିନ ଯାଏଁ ଲାଗି ରହିବ । ଗ୍ରାହକଙ୍କୁ ଆଧାର ଓଟିପି, କୋଓ୍ୱିନ୍ ପ୍ଲାଟଫର୍ମ ଦ୍ୱାରା କୋଭିଡ୍ ଭାକସିନେସନ୍ ଭଳି ଜରୁରୀ କାର୍ଯ୍ୟ ପାଇଁ ମୋବାଇଲକୁ ଆସୁଥିବା ଏସଏମଏସରେ ମଧ୍ୟ ସମସ୍ୟା ଉପୁଜିଛି ।

ଇଂରାଜୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଦୂରସଂଚାର ନିୟାମକ ଟ୍ରାଇ ଅନାବଶ୍ୟକ କଲ୍ ଓ ଫେକ୍ ଏସଏମଏସରୁ ରକ୍ଷା ପାଇଁ ଟେଲିକମ୍ କମ୍ପାନୀଙ୍କୁ ଗ୍ରାହକଙ୍କ ରେଜିଷ୍ଟ୍ରେସନ ପାଇଁ ନୂଆ ନିୟମ ଲାଗୁ କରିଛି । ଏୟାରଟେଲ୍, ଭୋଡାଫୋନ୍ ଓ ଆଇଡିଆ ରବିବାର ରାତିରୁ ଏହାକୁ ଲାଗୁ କରିଛନ୍ତି ।

ଟ୍ରାଇ ଏହାକୁ ୨୦୧୯ରୁ ଲାଗୁ କରିବାରୁ ନିର୍ଦ୍ଦେଶ ଦେଇଥିଲା । କିନ୍ତୁ ନିକଟରେ ଫିସିଂ ଆଟାକ୍ ଓ ଅନାବଶ୍ୟକ କମର୍ସିଆଲ ସଂଚାର ବୃଦ୍ଧି ମାମଲା ସାମ୍ନାକୁ ଆସିବା ପରେ ଏହାକୁ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି ।

ଅତିଶୀଘ୍ର ହେବ ସମାଧାନ

ସୋମବାରଠାରୁ ଲକ୍ଷାଧିକ ଗ୍ରାହକ ଜରୁରୀ ଏସଏମଏସ ହାସଲ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏତି ସମସ୍ୟାର ସମାଧିନ ଖୁବ୍ ଶୀଘ୍ର ହେବ ବୋଲି ଟେଲିକମ୍ କମ୍ପାନୀମାନେ କହିଛନ୍ତି । ଟ୍ରାଇ ଟେଲିକମ୍ ଅପରେଟରଙ୍କୁ ଅନାବଶ୍ୟକ କଲ୍ ରୋକିବାକୁ ବ୍ଲକ୍ ଚେନ୍ ଟେକନୋଲୋଜି ବ୍ୟବହାର ପାଇଁ କହିଥିଲା । ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ ଅନାବଶ୍ୟକ କଲ୍ ଓ ସ୍ପାମ୍ ସମ୍ପନ୍ଧିତ ନିୟମରେ ୨୦୧୮ରେ ପରିବର୍ତ୍ତନ କରିଥିଲା ।

Show More

Related Articles

Back to top button