ମନୋରଞ୍ଜନ

ଅନୁପମ ଖେର ଲଗାଇଲେ କରୋନାର ପ୍ରଥମ ଟୀକା

ଓଁ ନମଃ ଶିବାୟ ମନ୍ତ୍ର ଜପକରି ସେୟାର କଲେ ଭିଡିଓ

ଭାରତରେ ୬୦ ବର୍ଷରୁ ଅଧିକ ଲୋକଙ୍କୁ କରୋନା ଭ୍ୟାକ୍ସିନ୍ ଦିଆଯାଉଛି । ଅନେକ ବଲିଉଡ ଷ୍ଟାରମାନେ ଏହି ଭ୍ୟାକ୍ସିନ୍ ନେଇସାରିଲେଣି । ବର୍ତ୍ତମାନ ନିକଟରେ ଅଭିନେତା ତଥା ଲେଖକ ଅନୁପମ ଖେରଙ୍କୁ ମଙ୍ଗଳବାର କରୋନା ଭ୍ୟାକ୍ସିନ୍ ଦିଆଯାଇଛି । ଏହା ସହିତ ସେ ଭ୍ୟାକ୍ସିନ୍ ନେଇଥିବାର ଏକ ଭିଡିଓ ଟ୍ୱିଟରରେ ସେୟାର କରିଛନ୍ତି । ଅଭିନେତା ଅନୁପମ ଖେର ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ କରୋନା ଭ୍ୟାକ୍ସିନ୍ ନେଇଥିଲେ । ଭିଡିଓ ସେୟାର କରି ସେ ଲେଖିଛନ୍ତି, ‘ମୁଁ କୋଭିଡ ୧୯ ର ପ୍ରଥମ ଡୋଜ୍ ନେଇଛି । ମୁଁ ସମସ୍ତ ଡାକ୍ତର, ନର୍ସ, ଡାକ୍ତରୀ କର୍ମଚାରୀ ଏବଂ ଭାରତ ସରକାରଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେଉଁମାନେ ଏହାକୁ ସମ୍ଭବ କରିଛନ୍ତି ।’ ଗତ ବର୍ଷ ଖେରଙ୍କ ମା ଦୁଲାରୀ, ତାଙ୍କ ଭାଇ ରାଜୁ ଏବଂ ତାଙ୍କ ପରିବାର କୋଭିଡ -୧୯ ରେ ସଂକ୍ରମିତ ହୋଇଥିଲେ ।ଅନୁପମ ଖେର ଟିକା ଲଗାଇବା ପୂର୍ବରୁ ‘ଓଁ ନମ ଶିବାୟ’ ମନ୍ତ୍ର ଜପ କରୁଥିବା ଭିଡିଓରେ ଦେଖାଯାଇଛି । ଏଥି ସହିତ ମେଡିକାଲ କର୍ମଚାରୀ ଅନୁପମଙ୍କୁ କରୋନା ଭ୍ୟାକ୍ସିନ୍ ଲଗାଉଛନ୍ତି ।

ସୋସିଆଲ ମିଡିଆରେ ତାଙ୍କର ଏହି ଭିଡିଓକୁ ବେଶ ପସନ୍ଦ କରାଯାଉଛି । ଅନୁପମ ଖେରଙ୍କ ପୂର୍ବରୁ ହେମା ମାଲିନୀ, ଜାନି ଲିଭର, ସତୀଶ ଶାହା, କମଲ ହାସନ ଏବଂ ସୈଫ ଅଲି ଖାନଙ୍କ ଭଳି ଷ୍ଟାରମାନେ ମଧ୍ୟ କରୋନା ଟିକା ନେଇସାରିଛନ୍ତି । ତେବେ କରୋନା ଟିକା ଯୋଗୁଁ ସୈଫ ଅଲି ଖାନ ମଧ୍ୟ ଟ୍ରୋଲର ଶିକାର ହୋଇଛନ୍ତି ।ସାଧାରଣ ଜନତାଙ୍କ ସହ ଅନେକ ବଲିଉଡ ଷ୍ଟାରମାନେ ମଧ୍ୟ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ। ଏଥିରେ ଅମିତାଭ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଅଭିଷେକ ବଚ୍ଚନ, ମଲାଇକା ଆରୋରା, ଅର୍ଜୁନ କପୁର, ବରୁନ ଧାୱନ, କ୍ରିତି ସାନନଙ୍କ ଭଳି ଷ୍ଟାରମାନେ ମଧ୍ୟ ସଂକ୍ରମିତ ହୋଇଥିଲେ । ନିକଟରେ ରଣବୀର କପୁର ଏବଂ ସଞ୍ଜୟ ଲୀଲା ଭନସାଲୀଙ୍କ କରୋନା ପଜିଟିଭ୍ ହୋଇଥିବା ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ ସେମାନେ କ୍ୱାରେନଟାଇନ୍ ରେ ଅଛନ୍ତି ।

Show More

Related Articles

Back to top button