ମନୋରଞ୍ଜନ

୧୨ବର୍ଷ ପରେ ବଡ ପରଦାକୁ ଫେରିବେ ଉର୍ମିଲା ମାତୋଣ୍ଡକର

ରାଜନୀତିରେ ପାଦ ରଖିଥିବା ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ପୁଣି ଥରେ ବଡ ପରଦାକୁ ଫେରୁଛନ୍ତି

ନିକଟରେ ଉର୍ମିଲା ମାତୋଣ୍ଡକର ଏକ ଇଣ୍ଟରଭ୍ୟୁରେ କହିଛନ୍ତି ସେ ୧୨ ବର୍ଷ ପରେ ପୁଣିଥରେ ଫିଲ୍ମରେ ନଜର ଆସିବେ । ସେ ଏକ ନୂଆ ଫିଲ୍ମ ସହିତ ବଡପରଦାକୁ ଫେରୁଛନ୍ତି । ଏଥିସହ ସେ କହିଛନ୍ତି ତାଙ୍କୁ ଏକ ୱେବ୍ ଶୋରେ ମଧ୍ୟ ଦେଖିବାକୁ ମିଳିବ ।ଉର୍ମିଲା ବଲିଉଡରେ ରଙ୍ଗୀଲା, ପ୍ୟାର୍ ତୁନେ କ୍ୟା କିୟା, ଭୁତ୍, ପିଞ୍ଜର ଭଳି ଅନେକ ହିଟ୍ ଫିଲ୍ମ କରିଛନ୍ତି । ଉର୍ମିଲାଙ୍କୁ ଶେଷଥର ପାଇଁ ୨୦୧୮ ମସିହାରେ ଇରଫାନ ଖାନଙ୍କ ଫିଲ୍ମ ‘ବ୍ଲାକମେଲ୍’ର ଏକ ବିଶେଷ ଗୀତରେ ଦେଖିବାକୁ ମିଳିଥିଲା । ଏହା ପରେ ଉର୍ମିଲା ବଲିଉଡରୁ ଦୂରେଇ ଯାଇଥିଲେ ଏବଂ ୨୦୧୯ ରେ ରାଜନୀତିରେ ପ୍ରବେଶ କରିଥିଲେ ।ଉର୍ମିଲା ମାତୋଣ୍ଡକର କଂଗ୍ରେସ ଦଳ ଲୋକସଭା ନିର୍ବାଚନରେ ​​ଲଢିଥିଲେ । ଏହା ପରେ ସେ ଗତ ବର୍ଷ କଂଗ୍ରେସଠାରୁ ଅଲଗା ହୋଇ ଶିବସେନା ସହିତ ହାତ ମିଳାଇଥିଲେ । ଉର୍ମିଲା ରାଜନୀତିରେ ସକ୍ରିୟ କିନ୍ତୁ ସେ ନିଜକୁ ଫିଲ୍ମ ଦୁନିଆରୁ ଅଧିକ ସମୟ ଦୂରରେ ରଖିବାକୁ ଚାହୁଁନାହାଁନ୍ତି । ୨୦୨୦ ରେ ୱେବ୍ ସିରିଜ୍ ମାଧ୍ୟମରେ ଉର୍ମିଲା ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ସ୍ଥିର କରିଥିଲେ କିନ୍ତୁ କରୋନା କାରଣରୁ ସେ ଅଟକି ଯାଇଥିଲେ ।

ସେ ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ‘ମୁଁ ଗତ ବର୍ଷ ଏପ୍ରିଲରେ ଏକ ୱେବ୍ ସିରିଜ୍ କରିବାକୁ ଯାଉଥିଲି, ଯାହାର ସ୍କ୍ରିପ୍ଟ ମଧ୍ୟ ମୋତେ ଖୁବ୍ ପସନ୍ଦ ଆସିଥିଲା । ତେବେ ଲକଡାଉନ୍ ହେତୁ ଏହାକୁ ଆଗକୁ ବଢାଇ ଦିଆଯାଇଥିଲେ ।’ ଏହି ପ୍ରଜେକ୍ଟ ଆରମ୍ଭ ହେବ କି ନାହିଁ ସେ ମଧ୍ୟ ଜାଣି ନାହାଁନ୍ତି, କିନ୍ତୁ ଖୁବ୍ ଶୀଘ୍ର ସେ ଏକ ଫିଲ୍ମ ସହିତ ବଡ ପରଦାକୁ ଫେରୁଛନ୍ତି ।ସେ ଆହୁରି ମଧ୍ୟ କହିଛନ୍ତି, ‘ମୁଁ କେବଳ ସେହି କାମ କରିବି ଯାହା ମୋତେ ପସନ୍ଦ ଆସିବ । ଯଦି ୱେବ୍ ଶୋ ହେଉନାହିଁ, ତେବେ ମୁଁ ଆଉ କିଛି କରିବେ । ଶୀଘ୍ର ତୁମେ ମୋତେ ବଡ ପରଦାରେ ଦେଖିବ । ମୁଁ ଆଶା କରୁଛି ମୋ ଫ୍ୟାନ୍ସମାନଙ୍କ ପାଇଁ କିଛି ଆକର୍ଷଣୀୟ ଆଣିବି । ମୁଁ ନିଜକୁ ପ୍ରତିଶୃତି ଦେଇଛି, ବର୍ତ୍ତମାନ ଯେଉଁ କାମ କରିବି, ତାହା କେବଳ ମୋତେ ନୁହେଁ ଦର୍ଶକମାନଙ୍କୁ ମଧ୍ୟ ବହୁତ ପସନ୍ଦ ଆସିବ ।’

Show More

Related Articles

Back to top button