ମନୋରଞ୍ଜନ

FIAF ଆୱାର୍ଡ ପାଇବାରେ ଅମିତାଭ ବଚ୍ଚନ ପ୍ରଥମ ଭାରତୀୟ

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ତାଙ୍କର ଦୀର୍ଘ ଫିଲ୍ମ କ୍ୟାରିୟରରେ ଅନେକ ଆୱାର୍ଡ ପ୍ରଦାନ କରାଯାଇଛି । ଏବେ ସେ ପୁଣି ଥରେ ଆଉ ଏକ ସଫଳତା ପାଇବାକୁ ଯାଉଛନ୍ତି

ବିଗ୍ ବି ୧୯ ମାର୍ଚ୍ଚରେ ଆୟୋଜିତ ହେବାକୁ ଥିବା ଏକ ଭର୍ଚୁଆଲ୍ ଶୋ’ରେ ଇଣ୍ଟରନେସନାଲ୍ ଫେଡେରେସନ୍ ଅଫ୍ ଫିଲ୍ମ ଆର୍କାଇଭ୍ (FIAF) ଦ୍ୱାରା ପ୍ରତିଷ୍ଠିତ ୨୦୨୧ FIAF ଆୱାର୍ଡରେ ସମ୍ମାନିତ ହେବେ । ତାଙ୍କୁ ଏହି ଆୱାର୍ଡରେ ଇଣ୍ଟରନେସନାଲ୍ ଡାଇରେକ୍ଟର କ୍ରିସ୍ଟୋଫର ନୋଲନ୍ ଏବଂ ମାର୍ଟିନ୍ ସ୍କୋର୍ସେସ୍ ସମ୍ମାନିତ କରିବେ ।ଅମିତାଭ ବଚ୍ଚନଙ୍କୁ FIAF ସହ ଜଡିତ ଫିଲ୍ମ ଫାଉଣ୍ଡେସନ୍ ନୋମିନେଟ୍ କରିଥିଲା ଯାହାର ସ୍ଥାପନା ଫିଲ୍ମ ନିର୍ମାତା ଏବଂ ଆର୍କିଭିଷ୍ଟ ଶିବେନ୍ଦ୍ର ସିଂ ଡୁଙ୍ଗରପୁର କରିଥିଲେ । ୧୯ ମାର୍ଚ୍ଚରେ ଏକ ଭର୍ଚୁଆଲ୍ ଇଭେଣ୍ଟ ଆୟୋଜିତ କରାଯାଇ ଆମିତାଭ ବଚ୍ଚନଙ୍କୁ ଏହି ଆୱାର୍ଡ ଦିଆଯିବ ।

ଅମିତାଭଙ୍କୁ ଏହି ଆୱାର୍ଡ ୱାର୍ଲଡ୍ ଫିଲ୍ମ ହେରିଟେଜ୍ ର ସଂରକ୍ଷଣରେ ତାଙ୍କର ସମର୍ପଣ ଏବଂ ଯୋଗଦାନ ପାଇଁ ଦିଆଯିବ । ଅମିତାଭ ଏହି ଆୱାର୍ଡକୁ ପାଇବାକୁ ଥିବା ପ୍ରଥମ ଭାରତୀୟ ହେବେ ।ଏହା ପୂର୍ବରୁ ୨୦୦୧ରେ ମାର୍ଟିନ୍ ସ୍କୋର୍ସେସ୍, ୨୦୦୩ ରେ ଇଂଗମାର ବର୍ଗମ୍ୟାନ୍,ଏବଂ ୨୦୧୭ ରେ କ୍ରିସ୍ଟୋଫର ନୋଲନ୍ ଙ୍କୁ ଏହି ଆୱାର୍ଡ ମିଳିସାରିଛି । ବିଗ୍ ବି ଙ୍କୁ ଏହି ଆୱାର୍ଡ ବ୍ୟତୀତ ‘ପୀକୁ’, ‘ପା’, ‘ବ୍ଲାକ୍’, ଏବଂ ‘ଅଗ୍ନିପଥ’ ପାଇଁ ନେସନାଲ୍ ଆୱାର୍ଡ, ୧୫ ଫିଲ୍ମ ଫେୟାର ଆୱାର୍ଡସ୍, ୪ ଆଇଫା ଆୱାର୍ଡସ୍, ପଦ୍ମ ଶ୍ରୀ, ଏବଂ ପଦ୍ମ ବିଭୁଷଣରେ ସମ୍ମାନୀତ କରାଯାଇଛି ।

Show More

Related Articles

Back to top button