ଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଶିମିଳିପାଳରେ ବର୍ଷା, ନିଆଁ ଲିଭିବା ନେଇ ଆଶା ଜାଗ୍ରତ

ଶିମିଳିପାଳର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ଜଣାପଡ଼ିଛି । କିଛି ଦିନ ହେବ ଲାଗିଥିବା ନିଆଁ ଲିଭିବା ନେଇ ଲୋକଙ୍କ ମନରେ ଆଶା ଜାଗ୍ରତ ହୋଇଛି । କରଞ୍ଜିଆ ସମେତ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବା ସୂଚନା ମିଳିଛି

ଦୀର୍ଘ ଦିନ ହେବ ହୁତୁ ହୁତୁ ହୋଇ ଜଳୁଛି ଶିମିଳିପାଳ ଅଭୟାରଣ୍ୟ । ନିଆଁ ବଫର ଅଞ୍ଚଳରୁ କୋର ଅଞ୍ଚଳକୁ ବ୍ୟାପୁଥିବା ଫଳରେ ଗାଁ ମୁହାଁ ହେଲେଣି ବନ୍ୟଜନ୍ତୁ । ଶିମିଳିପାଳରେ ନିଆଁର ପ୍ରଭାବରେ ସ୍ଥାନୀୟ ଅଞ୍ଚଳ ମଧ୍ୟ ଧୂଆଁମୟ ହୋଇଯାଇଛି ।ଦୀର୍ଘ ଦିନ ଧରି ଲାଗି ରହିଥିବା ନିଆଁ ଯୋଗୁଁ କିଛିଦିନ ହେବ ଶିମିଳିପାଳ ପାଦ ଦେଶରେ ଥିବା କରଞ୍ଜିଆ, ଯଶୀପୁର, ଠାକୁରମୁଣ୍ଡା ବଜାର ଅଞ୍ଚଳରେ ଧୂଆଁର ବଳୟ ଦେଖାଯିବା ସହ କୁହୁଡ଼ିର ଭ୍ରମ ସୃଷ୍ଟି କରୁଛି । ସ୍ଥାନୀୟ ଅଞ୍ଚଳରେ ନିଶ୍ବାସ ପ୍ରଶ୍ଵାସ ନେବା କଷ୍ଟ ହେଉଥିବା ବେଳେ ପ୍ରବଳ ମାତ୍ରାରେ ଆଖି ପଡୁଥିବା ନେଇ ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି ।

ଆଗାମୀ ଦିନରେ ଶିମିଳିପାଳର ନିଆଁକୁ ଶୀଘ୍ର ଲିଭା ନଗଲେ ଏହି ଧୂଆଁର ପ୍ରଭାବ ପରିବେଶ ସହ ଜୀବଜନ୍ତୁ ପ୍ରଭାବିତ ହେବେ ବୋଲି ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ବାବଧାରକ ଆଜି କହିଥିଲେ ।ତେବେ ବର୍ଷାକୁ ଲୋକମାନେ ଅପେକ୍ଷା କରି ରହିଥିଲେ । କାରଣ ଯେଉଁଭଳି ନିଆଁ ବ୍ୟାପି ଚାଲିଥିଲା ତାହାକୁ ଲିଭାଇବା ଏକ ପ୍ରକାର ଅସମ୍ଭବ ଥିଲା । ଏହାର ଏକ ମାତ୍ର ଉପାୟ କେବଳ ବର୍ଷା ହିଁ ଥିଲା । ତେଣୁ ଆଜି ବର୍ଷା ହୋଇଥିବାରୁ ଲୋକଙ୍କ ମନରେ ଶିମିଳିପାଳକଗୁ ନେଇ ଆଶା ଜାଗ୍ରତ ହୋଇଛି ।

Show More

Related Articles

Back to top button