ମନୋରଞନମନୋରଞ୍ଜନ

ଶାଶୂ ହେବେ ନମିତା ଅଗ୍ରୱାଲ

ଜଣେ କଣ୍ଠଶିଳ୍ପୀ ସହ ଦାୟିତ୍ୱସଂପନ୍ନ ମା ଭାବେ ନିଜ କର୍ତ୍ତବ୍ୟ ନିଭାଇଥିବାର ନମିତାଙ୍କ ପଦୋନ୍ନତି ହେବାକୁ ଯାଉଛି । ଶାଶୂ ହେବାକୁ ଯାଉଛନ୍ତି ଓଡ଼ିଆ କଣ୍ଠଶିଳ୍ପୀ ତଥା ଓଡ଼ିଶାର ଘରେ ଘରେ ପରିଚିତ ନମିତା ଅଗ୍ରୱାଲ । ନିଜର ଭକ୍ତିମୟ ଭଜନ ସାଙ୍ଗକୁ ରୋମାଣ୍ଟିକ ଗୀତରେ ଓଡ଼ିଆ ସଂଗୀତପ୍ରେମୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ନମିତା ଏବେ ବାସ୍ତବ ଜୀବନରେ ଶାଶୂ ହେବାକୁ ଯାଉଛନ୍ତି | ମିଳିଥିବା ସୂଚନା ମୁତାବକ ନମିତା ଅଗ୍ରୱାଲଙ୍କ ପୁଅ ତଥା ସିଦ୍ଧାର୍ଥ ଟିଭିର ମୁଖ୍ୟ କାର୍ଯ୍ୟନିର୍ବାହୀ ସିଦ୍ଧାର୍ଥ ଅଗ୍ରୱାଲଙ୍କର ବିବାହ ହେବାକୁ ଯାଉଛି | ଓଡ଼ିଆ ଅଭିନେତ୍ରୀ ତମନ୍ନା ବ୍ୟାସଙ୍କୁ ସେ ବିବାହ କରିବାକୁ ଯାଉଛନ୍ତି | ଉଭୟ ସିଦ୍ଧାର୍ଥ ଓ ତମନ୍ନାଙ୍କର ନିର୍ବନ୍ଧ ସରିଯାଇଥିବାବେଳେ ବିବାହ ତାରିଖ ବାବଦରେ କୌଣସି ସୂଚନା ମିଳି ନାହିଁ । ତେବେ ସିଦ୍ଧାର୍ଥ ଓ ତମନ୍ନାଙ୍କ ପ୍ରିୱେଡିଙ୍ଗ ଭିଡିଓ ଏବେ ସାମ୍ନାକୁ ଆସିଥିବାବେଳେ ଏଥିରେ ପ୍ରେମପକ୍ଷୀ ଖୁବ ସୁନ୍ଦର ଲାଗୁଛନ୍ତି | ଉଲ୍ଲେଖ ଥାଉ କି ତମନ୍ନା ଓଡ଼ିଆ ସିନେମା ଜଗତର ଜଣେ ଆଗଧାଡିର ଅଭିନେତ୍ରୀ ହୋଇଥିବାବେଳେ ଭାଇନା କଣ କଲା ସେ, ନିଝୁମ ରାତିର ସାଥି, ପ୍ରେମ କୁମାର, ବ୍ଲାକମେଲ, ସୁପର ବୟ ଭଳି ଫିଲ୍ମରେ ଅଭିନୟ କରିଥିଲେ | ସେହିପରି ସିଦ୍ଧାର୍ଥ ଅଗ୍ରୱାଲ ଏବେ ସିଦ୍ଧାର୍ଥ ଭକ୍ତି, ସିଦ୍ଧାର୍ଥ ଗୋଲଡ଼, ସିଦ୍ଧାର୍ଥ ଟିଭି, ଜୟ ଜଗନ୍ନାଥ ଚ୍ୟାନେଲର ପରିଚାଳନା ଭାର ସମ୍ଭାଳୁଛନ୍ତି ।

Show More

Related Articles

Back to top button