Breaking PLUSଓଡ଼ିଶାଦୁର୍ଘଟଣା

ସମୁଦ୍ରରେ ଗାଧୋଇବା ବେଳେ ଭାସି ଯାଉଥିବା ୪ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ ଗାର୍ଡ

ଆଜି ୪ ଜଣ ପର୍ଯ୍ୟଟକ ପୁରୀ ସମୁଦ୍ରରେ ଗାଧୋଇଲା ବେଳେ ଭାସିଯାଇଥିଲେ । ମାତ୍ର ଉଚିତ ସମୟରେ ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡମାନେ ସେହି ୪ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି । ସୂଚନା ଅନୁଯାୟୀ, ସେକ୍ଟର ୩ରେ ଗାଧୋଇଲା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିଲା । ଉପସ୍ଥିତ ଥିବା ଲାଇଫ ଗାର୍ଡଙ୍କ ଉଦ୍ୟମ ବଳରେ ସମସ୍ତେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ । ଉଦ୍ଧାର ପର୍ଯ୍ୟଟକ ହେଉଛନ୍ତି କଟକ ଚାଉଳିଆଗଞ୍ଜ ଅପର୍ଣ୍ଣା ନଗରର ଚିଣ୍ଟୁ କୁମାର, ବିପିନ କୁମାର, କମଳେଶ କୁମାର ଓ ମହେକ କୁମାର । ପରିବାର ସହ ପୁରୀ ବୁଲିବାକୁ ଯାଇ ସମୁଦ୍ରରେ ଗାଧୋଉଥିବା ବେଳେ ଏଭଳି ଅଘଟଣର ସମ୍ମୁଖୀନ ହୋଇଥିବା ଜଣାପଡିଛି ।

Show More

Related Articles

Back to top button