Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ବିମାନରେ ବୋମା ଥିବା ଗୁଜବ ପ୍ରଚାର କରି ଯୁବକ ଗିରଫ

ସିଙ୍ଗାପୁର- ସିଙ୍ଗାପୁରରୁ ଅଷ୍ଟ୍ରେଲିଆ ପାଇଁ ଉଡାଣ ଭରିଥିବା ବିମାନରେ ବୋମା ଥିବା ଗୁଜବ ପ୍ରଚାର କରି 30 ବର୍ଷୀୟ ଅଷ୍ଟ୍ରେଲିୟ ଯୁବକ ଗିରଫ ହୋଇଛନ୍ତି । ସିଙ୍ଗାପୁର ପୋଲିସ ପକ୍ଷରୁ କୁହାଯାଇଛି ଯେ, ବିମାନ ସଂଖ୍ୟା ଟିଆର-16 ଅପରାହ୍ନ 4.11ରେ ଉଡାଣ ଭରିଥିଲା । ଏହାର କିଛି ସମୟ ପରେ 4.55 ମିନିଟରେ ଏଥିରେ ବୋମା ଥିବାର ଧମକ ମିଳିଥିଲା । ଧମକ ପରେ ବିମାନକୁ ପୁଣି ଥରେ ସିଙ୍ଗାପୁର ଅଣାଯାଇଥିଲା । 6.26 ମିନିଟରେ ବିମାନଟି ଚାଙ୍ଗୀ ଏୟାରପୋର୍ଟରେ ପହଞ୍ଚିଥିଲା । ଏହାପରେ ଘଟଣାର ତନାଘନା କରି ଅଷ୍ଟ୍ରେଲିୟ ନାଗରିକଙ୍କୁ ଗିରଫ କରାଯାଇଥିଲା ।
ଗୁଜବ ଯୋଗୁ ବିମାନ ଚଳାଚଳ ପ୍ରଭାବିତ ହୋଇଥିଲା । ପ୍ୟାରିସ, ସନଫ୍ରାନ୍ସିସକୋ ଓ ନୂଆଦିଲ୍ଲୀରୁ ସିଙ୍ଗାପୁର ଆସୁଥିବା ଅନେକ ବିମାନକୁ ଇଣ୍ଡୋନେସିଆର ପଡୋଶୀ ରିୟାଓ ଦ୍ୱୀପରେ ରୋକାଯାଇଥିଲା ।

Show More

Related Articles

Back to top button