Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ପଡିଆରେ ପ୍ରତିଦ୍ୱନ୍ଦ୍ୱି, କିନ୍ତୁ ବାହାରେ ସମସ୍ତ ବନ୍ଧୁ-ୱାକର ୟୁନିସ

ନୂଆଦିଲ୍ଲୀ- ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ଦ୍ରୁତ ବୋଲର ୱାକର ୟୁନିସ୍ ଆଇସିସି ଦିନିକିଆ ବିଶ୍ୱକପ ପୂର୍ବରୁ କହିଛନ୍ତି ଯେ ଖେଳାଳିମାନେ ପଡ଼ିଆରେ ପେସାଦାର ହୋଇପାରନ୍ତି, କିନ୍ତୁ ବାହାରେ ସେମାନେ ସମସ୍ତେ ବନ୍ଧୁ।
ଗୁରୁବାର ପ୍ରସିଦ୍ଧ ଚକୋଲେଟ୍ କମ୍ପାନୀ ଫେବଲ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ୱାକର କହିଛନ୍ତି, “ଯେତେବେଳେ ଆମେ ପଡ଼ିଆରେ ଦେଶ ପାଇଁ ଖେଳୁ, ସେତେବେଳେ ଆମେ ଏକ ବୃତ୍ତିଗତ ମନୋଭାବ ଗ୍ରହଣ କରିଥାଉ, ଏହି ସମୟ ମଧ୍ୟରେ ଆମେ ମଧ୍ୟ ଆକ୍ରମଣାତ୍ମକ ଏବଂ ସ୍ଲେଜିଙ୍ଗ୍ ଇତ୍ୟାଦି ମଧ୍ୟ କରିଥାଉ।”

1996 ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ କଥା ଉଠାଇ ସେ କହିଛନ୍ତି ଯେ, ସେହି ମ୍ୟାଚର ଶେଷ ଓଭରରେ ଅଜୟ ଜାଡେଜା ତାଙ୍କ ବଲରେ ବହୁତ ରନ୍ କରିଥିଲେ । ମ୍ୟାଚରେ ଦୁଇ ଦେଶର ଖେଳାଳିଙ୍କ ମଧ୍ୟ ଯୁକ୍ତିତର୍କ ହୋଇଥିଲା । କିନ୍ତୁ ଏହା କେବଳ ମୈଦାନରେ ସୀମିତ ଥାଏ । ମୈଦାନ ବାହାରେ ଜାଡେଜା ତାଙ୍କର ବହୁତ ଭଲ ବନ୍ଧୁ ଏବଂ ସେ ମୋର ପାରିବାରିକ ବନ୍ଧୁ ବୋଲି ୱାକର କହିଛନ୍ତି ।

Show More

Related Articles

Back to top button