Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଅପରେସନ ଅଜୟ- ଇସ୍ରାଏଲରୁ 212 ଭାରତୀୟଙ୍କୁ ନେଇ ଆସିଲା ସ୍ୱତନ୍ତ୍ର ବିମାନ

ନୂଆଦିଲ୍ଲୀ- ଇସ୍ରାଏଲରେ ଫସିରହିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଭାରତ ସରକାରଙ୍କ ଅପରେସନ ଅଜୟ ଅନେକଙ୍କ ମୁହଁରେ ଫୁଟାଇଛି ହସ । ଭାରତୀୟ ନାଗରିକଙ୍କୁ ନେଇ ଇସ୍ରାଏଲରୁ ଆସିଥିବା ପ୍ରଥମ ବିମାନ ଶୁକ୍ରବାର ସକାଳେ ଦିଲ୍ଲୀରେ ଅବତରଣ କରିଛି । ଏହି ବିମାନରେ 212ଜଣ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଭାରତ ଅଣାଯାଇଛି ।
କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଇସ୍ରାଏଲରୁ ଭାରତ ଫେରିଥିବା ଭାରତୀୟଙ୍କର ସ୍ୱାଗତ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ନରେନ୍ଦ୍ର ମୋଦିଙ୍କ ସରକାର କେବେ କୌଣସି ଭାରତୀୟଙ୍କୁ ଛାଡିବେ ନାହିଁ । ପ୍ରଧାନମନ୍ତ୍ରୀ ଭାରତୀୟମାନଙ୍କର ରକ୍ଷା କରିବେ । ସେମାନଙ୍କୁ ସୁରକ୍ଷିତ ଘରକୁ ପ୍ରତ୍ୟାବର୍ତ୍ତନ ନିମନ୍ତେ ପ୍ରଧାନମନ୍ତ୍ରୀ ପ୍ରତିବଦ୍ଧ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଓ ତାଙ୍କ ଟିମକୁ ଧନ୍ୟବାଦ ଜଣାଉଛନ୍ତି । ଏହାସହିତ ସେ ବୈଦେଶିକ ମନ୍ତ୍ରାଳୟ, ଏହି ଉଡାଣ ନିମନ୍ତେ ଏୟାର ଇଣ୍ତିଆର କ୍ରିଉ ମେମ୍ବରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Show More

Related Articles

Back to top button