Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସୁରକ୍ଷା ‘ୱାଇ’ରୁ ‘ଜେଡ୍‌’କୁ ବୃଦ୍ଧି

ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ଏଣିକି ତାଙ୍କୁ ‘ଜେଡ୍‌’ ବର୍ଗର ସୁରକ୍ଷା ଯୋଗାଇ ଦିଆଯିବ। ଏହାପୂର୍ବରୁ ଜୟଶଙ୍କରଙ୍କୁ ୱାଇ ବର୍ଗର ସୁରକ୍ଷା ଦିଆଯାଉଥିଲା । ସରକାରୀ ସୂତ୍ର ଅନୁଯାୟୀ, କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ(ସିଆରପିଏଫ)କୁ ବୈଦେଶିକ ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବ ବହନ କରିବାକୁ କହିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀ ପୁଲିସ ଏହି ଦାୟିତ୍ୱ ତୁଲାଉଥିଲା। ୬୮ ବର୍ଷିୟ ଜୟଶଙ୍କରଙ୍କୁ ‘ୱାଇ’ ବର୍ଗର ସୁରକ୍ଷା କର୍ଡନରେ ଦିଲ୍ଲୀ ପୁଲିସର ଏକ ସଶସ୍ତ୍ର ଦଳ ସୁରକ୍ଷା ଦେଉଥିଲେ।

Show More

Related Articles

Back to top button