ଦେଶବ୍ୟକ୍ତିତ୍ୱସ୍ୱତନ୍ତ୍ର

ଦେଶର ନୂଆ ସିଡିଏସ୍ ହେଲେ ଲେଫ୍ଟନେଣ୍ଟ ଜେନେରାଲ ଅନିଲ ଚୌହାନ

ଦେଶର ନୂଆ ସିଡିଏସ୍ ହେଲେ ଲେଫ୍ଟନେଣ୍ଟ ଜେନେରାଲ ଅନିଲ ଚୌହାନ । ଏହା ପୂର୍ବରୁ ପ୍ରଥମ ସିଡିଏସ୍ ଥିଲେ ବିପିନ ରାୱତ । ଦୀର୍ଘ ୪୦ ବର୍ଷ ଧରି ସେନାରେ କାର୍ଯ୍ୟ କରିଥିବା ଅନିଲ ଚୌହାନ ଗତ ବର୍ଷ ଅବସର ନେଇଥିବାବେଳେ ବର୍ତ୍ତମାନ ଦ୍ୱିତୀୟ ସିଡିଏସ୍ ଭାବେ ନବ ନିଯୁକ୍ତ ହୋଇଛନ୍ତି ।

ସେହିପରି ନିଜର କ୍ୟାରିୟର ଭିତରେ, ଜମ୍ମୁ ଓ କଶ୍ମୀରରେ ଏବଂ ଉତ୍ତର-ପୂର୍ବ ଭାରତରେ ଆତଙ୍କବାଦ ବିରୋଧୀ ଅଭିଯାନରେ ତାଙ୍କର ବିଶେଷ ଉପଲବ୍ଧି ରହିଛି। ଅବସର ଗ୍ରହଣ କରିବା ପର୍ଯ୍ୟନ୍ତ ସେ ଇଷ୍ଟର୍ଣ୍ଣ କମାଣ୍ଡର ଜେନେରାଲ୍ ଅଫିସର୍ କମାଣ୍ଡିଂ-ଇନ୍-ଚିଫ୍ ଥିଲେ । ପରମ ବିଶିଷ୍ଟ ସେବା ମେଡାଲ୍, ଉତ୍ତମ ଯୁଦ୍ଧ ସେବା ମେଡାଲ୍, ଅତି ବିଶିଷ୍ଟ ସେବା ମେଡାଲ୍, ସେନା ମେଡାଲ୍ ଓ ବିଶିଷ୍ଟ ସେବା ମେଡାଲର ଅଧିକାରୀ ଲେଫ୍ଟେନାଣ୍ଟ ଜେନେରାଲ୍ ଅନୀଲ ସିଡିଏସ୍ ଭାବେ ଦାୟିତ୍ୱ ଗ୍ରହଣ ପରେ ଜେନେରାଲ୍ ଅନୀଲ ଚୌହାନ ଭାବେ ପରିଚିତ ହେବେ।

Show More

Related Articles

Back to top button