ଜୀବନଚର୍ଯ୍ୟାଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ବିଶିଷ୍ଟ ଶିଳ୍ପପତି ମୁକେଶ ଆମ୍ବାନୀଙ୍କୁ ମିଳିବ ଜେଡ୍‌ ପ୍ଲସ ସୁରକ୍ଷା

ମୁମ୍ବାଇ: ବଢିଲା ବିଶିଷ୍ଟ ଶିଳ୍ପପତି ମୁକେଶ ଆମ୍ବାନୀଙ୍କ ସୁରକ୍ଷା ବ୍ୟବସ୍ଥା। କେନ୍ଦ୍ର ଗୃହମନ୍ତ୍ରଣଳାୟ ପକ୍ଷରୁ ମୁକେଶ ଆମ୍ବାନୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇ ଥିବା ସୂଚନା ମିଳିଛି। ଏବେ ଆମ୍ବାନୀଙ୍କୁ ଜେଡ୍‌ ପ୍ଲସ ସୁରକ୍ଷା ମିଳିବ। ଆମ୍ବାନୀଙ୍କ ଜୀବନ ପ୍ରତି ବିପଦ ଥିବା ଗୋଇନ୍ଦା ବିଭାଗର ସୂଚନା ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଥିବା ମୁକେଶ ଆମ୍ବାନୀଙ୍କୁ ପୂର୍ବରୁ ଜେଡ୍ କେଟାଗୋରୀ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ଗତ ବର୍ଷ ମୁକେଶ ଆମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ ସମ୍ମୁଖରେ ବୋମା ଆତଙ୍କ ପରେ ତାଙ୍କୁ ଜେଡ୍ କେଟାଗୋରୀ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ଏବେ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ତରଫରୁ ବଢାଇ ଦିଆଯାଇଛି। ଭାରତରେ ପ୍ରତିଷ୍ଠିତ ତଥା ଜଣାଶୁଣା ବ୍ୟକ୍ତିଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ରହିଛି। ଗୋଇନ୍ଦା ବିଭାଗର ସୂଚନା ଆଧାରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଭିନ୍ନ ଭିନ୍ନ ବର୍ଗରେ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେଇଥାନ୍ତି। ଜଣେ ବ୍ୟକ୍ତିଙ୍କ ପ୍ରତି କେତେ ପରିମାଣରେ ବିପଦ ଅଛି ତାକୁ ହିସାବକୁ ନେଇ  ଦେଶର ସୁରକ୍ଷା ବ୍ୟବସ୍ଥାକୁ ୫ଟି ବର୍ଗରେ ବିଭକ୍ତିକରଣ ରାଯାଛି। ତାହା ହେଉଛି x, y,z ଏବଂ z+ ଏବଂ ଏସପିଜି। କେବଳ ଦେଶର ଭିଆଇପି ଏବଂ  ଭିଭିଆଇପି, ଆଥଲେଟ୍‌ , ପ୍ରତିଷ୍ଠିତ କଳାକାର  ଏବଂ ଅନ୍ୟ ହାଇପ୍ରୋଫାଇଲ ରାଜନୈତିକ ବ୍ୟକ୍ତିଙ୍କୁ  ଏହି ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥାଏ।

 

Show More

Related Articles

Back to top button