ବାଣିଜ୍ୟ

ବଢିପାରେ ଏଲପିଜି ସିଲିଣ୍ଡରର ମୂଲ୍ୟ

ଚାରି ମାସରେ ବଢିଲାଣି ୯୦ ଟଙ୍କା

ଦେଶର ବଢୁଥିବା ଦରଦାମ ଦେଖି ଗ୍ରାହକଙ୍କ ଉପରେ ପଡିଛି ଚଡକ । ପେଟ୍ରୋଲ, ପନିପରିବା ପରେ ଏବେ ପୁଣିଥରେ ବଢିବାକୁ ଯାଉଛି ଏଲ୍‌ପିଜି ସିଲିଣ୍ଡର । ଆସନ୍ତା ସପ୍ତାହ‌ରେ ଆହୁରି ଦରବୃଦ୍ଧି ବଢ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । କୁହାଯାଉଛି ଯେ, ଏବେ ପ୍ରତି ସିଲିଣ୍ଡର ପିଛା କଂପାନି ପ୍ରାୟ ୧୦୦ ଟଙ୍କାର କ୍ଷତିି ସହୁଛନ୍ତି । ସେଥିରୁ କିଛି ଅଂଶ ଗ୍ରାହକଙ୍କ ମୁଣ୍ଡରେ ଲଦିବାକୁ ସେମାନେ ଉଦ୍ୟମ କରିବେ ବୋଲି ଚର୍ଚ୍ଚା ହେଉଛି । ପ୍ରତି ମାସର ପ୍ରଥମ ସପ୍ତାହରେ ଏଲ୍‌ପିଜି ଦାମ୍ ସଂଶୋଧନ ହେଉଛି । ଶେଷ ଥର ଲାଗି ଅକ୍ଟୋବର ୬ରେ ଏଲ୍‌ପିଜି ଦାମ୍ ୧୫ ଟଙ୍କା ବଢ଼ିଥିଲା ।

ଚଳିତ ବର୍ଷ ଜୁଲାଇ ପରଠାରୁ ଏଲ୍‌ପିଜି ସିଲିଣ୍ଡର ୯୦ ଟଙ୍କା ମହଙ୍ଗା ହୋଇସାରିଲାଣି । ଏବେ ସବ୍‌ସିଡି ଓ ଅଣ-ସବ୍‌ସିଡି ସିଲିଣ୍ଡର ଦାମ୍‌ରେ ପାଖାପାଖି ସମାନ ରହୁଛି । ଗ୍ରାହକମାନେ ବଜାର ଦରରେ ଏଲ୍‌ପିଜି କିଣୁଛନ୍ତି ବୋଲି କୁହାଯାଉଛି । ଏଲ୍‌ପିଜି ଦାମ୍‌ରେ ନିୟମିତ ବୃଦ୍ଧି କରାଯିବାରୁ ଏହା ଉପରେ ଦିଆଯାଉଥିବା ସବ୍‌ସିଡି ଗତବର୍ଷ ଠାରୁ ବନ୍ଦ ହୋଇଯାଇଛି । ଆନ୍ତର୍ଜାତିକ ବଜାରରୁ ଭାରତ କିଣୁଥିବା ସାଉଦି ଏଲ୍‌ପିଜି ମୂଲ୍ୟ ଇତିମଧ୍ୟରେ ୬୦ ପ୍ରତିଶତ ବୃଦ୍ଧି ପାଇ ଟନ୍ ପିଛା ୮୦୦ ଡଲାରରେ ପହଞ୍ଚିଛି । କିଣା ମୂଲ୍ୟ ବଢ଼ିଥିବାରୁ ବିକ୍ରି କରିବା ବେଳେ ଗ୍ୟାସ୍‌ କଂପାନିଗୁଡ଼ିକ କ୍ଷତି ସହୁଛନ୍ତି । ଏଲ୍‌ପିଜି ଦର ନିର୍ଧାରଣ ପ୍ରକ୍ରିୟା ଏବେବି ସରକାରଙ୍କ ନିୟନ୍ତ୍ରଣରେ ରହିଛି ।

Show More

Related Articles

Back to top button