Breaking PLUSବଲିଉଡ

ଆଜି ପୁଣି ଆର୍ୟନଙ୍କ ବେଲ୍ ଉପରେ ହେବ ଶୁଣାଣି

ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରହିଛି ନଜର

ଆଜି ମିଳିବକି ଆର୍ୟନ ଖାନଙ୍କୁ ବେଲ୍ ? ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ଭଳି ଦିନ ପରେ ଦିନ ଗଡି ଚାଲିଛି । ବମ୍ବେ ହାଇକୋର୍ଟ କଣ ନିଷ୍ପତ୍ତି ଶୁଣାଇବେ ତା ଉପରେ ନଜର ରହିଛି । ଆଜି ତୃତୀୟ ଦିନ ପାଇଁ ଆର୍ୟନଙ୍କ ବେଲ୍ ଉପରେ ଶୁଣାଣି ହେବ । ଆଜି ପକ୍ଷ ରଖିବ ଏନସିବି । ଦୁଇ ଦିନ ହେବ ଲମ୍ବା ସମୟ ଧରି ଶୁଣାଣି ହୋଇଛି । ଆର୍ୟନଙ୍କ ପକ୍ଷରୁ ପୂର୍ବତନ ଆଟର୍ଣ୍ଣି ଜେନେରାଲ୍ ମୁକୁଲ ରୋହତଗୀ ଜେଲରେ ଯୁକ୍ତି ଉପସ୍ଥାପନ କରିଛନ୍ତି ।

ଗତକାଲି ଶୁଣାଣି ବେଳେ ଆର୍ୟନଙ୍କ ଗିରଫକୁ ତାଙ୍କ ଓକିଲ ଜୋରଦାର ବିରୋଧ କରିଥିଲେ । କୋର୍ଟରେ ଯୁକ୍ତି ରଖିଥିଲେ, ତାଙ୍କ ନାଁରେ କୌଣସି କେସ୍ ନ ଥିବା‌ବେଳେ ଡ୍ରଗ୍ ମାମଲାରେ ୨୦ରୁ ଅଧିକ ଦିନ ହେଲା ହାଜତରେ ରଖାଯାଇଛି । ଏପରିକି ଆର୍ୟନଙ୍କ ପାଖରୁ ଡ୍ରଗ୍ସ ବାହାରି ନଥିଲା । ସେ ଡ୍ରଗ୍ସ ନେଇଥିଲେ ବୋଲି ଏନସିବି ପ୍ରମାଣ ବି କରି ପାରିନି ।

ପୂର୍ବରୁ ମୁମ୍ବାଇ ମେଟ୍ରୋପଲିଟାନ୍ କୋର୍ଟ ଆର୍ୟନଙ୍କୁ ବେଲ୍ ଦେଇ ନଥିଲେ । ଗତ ୨୦ ତାରିଖରେ ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟରେ ବି ନିରାଶ ହେବାକୁ ପଡ଼ିଥିଲା । ଏହାପରେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆର୍ୟନ । ୨ତାରିଖରେ କ୍ରୁଜ୍ ଡ୍ରଗ୍ସ କେସରେ ସେ ଗିରଫ ହୋଇଥିଲେ । ଏବେ ମୁମ୍ବାଇ ଆର୍ଥର ରୋଡ୍ ଜେଲରେ ଅଛନ୍ତି ଆର୍ୟନ ଖାନ୍ ।

Show More

Related Articles

Back to top button