Breaking PLUSଓଡ଼ିଶାମୁଖ୍ୟ ଖବର

କଳାରାହାଙ୍ଗ ଓ ନନ୍ଦନବିହାର ଅଞ୍ଚଳ ବିଏମସିର ୨ ନମ୍ବର ୱାର୍ଡରେ ସାମିଲ

ଚଳିତ ବର୍ଷ ପ୍ରଥମ ଥର କଳାରାହାଙ୍ଗ ଓ ନନ୍ଦନବିହାର ଅଞ୍ଚଳକୁ ବିଏମସିର ୨ ନମ୍ୱର ୱାର୍ଡରେ ସାମିଲ କରାଯାଇଛି । ଏଥିପାଇଁ ଏହି ଅଞ୍ଚଳ ଭୋଟରମାନଙ୍କ ମଧ୍ୟରେ ବେସ ଉତ୍ସାହ ଦେଖିବାକୁ ମିଳିଛି ।

ଏହି ନୂଆ ଅଞ୍ଚଳରେ ପାଖାପାଖି ୫ହଜାର ଭୋଟର ରହୁଥିବା କାରଣରୁ ବିଜେଡି ଓ ବିଜେପି ଦୁଇ ପ୍ରମୁଖ ଦଳ ନିଜନିଜ ପ୍ରାର୍ଥୀଙ୍କୁ ଏହି ଅଞ୍ଚଳରୁ ମନୋନୀତ କରିଛନ୍ତି । ୨ ନମ୍ୱର ୱାର୍ଡ ପାଇଁ ମନୋନୀତ ହୋଇଥିବା ବିଜେଡି ଦଳୀୟ ପ୍ରାର୍ଥୀନୀ ଶ୍ରୀମତୀ ମୋନାଲିଶା ବେହେରା, ଆଜି ତାଙ୍କ ସମର୍ଥକଙ୍କ ସହିତ ଶହଶହ କର୍ମୀଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା କରିଥିଲେ ।

କଳାରାହାଙ୍ଗ, ଶିଖରଚଣ୍ଡୀ ଓ ନନ୍ଦନବିହାର ଅଂଚଳରେ ବୁଲାବୁଲି କରି ନିଜ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସେହି ଭଳି ବିଜେପି ଦଳୀୟ ପ୍ରାର୍ଥୀ ଭାବେ ରୁତୁପୂର୍ଣ୍ଣା ଭୋଇ ଏହି ଅଞ୍ଚଳରୁ ପ୍ରଥମ ଥର ମନୋନୀତ ହୋଇ ଆଜି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।

Show More

Related Articles

Back to top button