ସ୍ୱାସ୍ଥ୍ୟ

ଗଜା ଯୁକ୍ତ ରସୁଣ ଶରୀର ପାଇଁ ରାମବାଣ

ଆମ ଶରୀରକୁ ଦେଇଥାଏ ଏଭଳି ସୁରକ୍ଷା

ଜର୍ଣାଲ ଅଫ ଏଗ୍ରିକଲ୍ଚର୍ ଏଣ୍ଡ ଫୁଡ୍ କେମେଷ୍ଟ୍ରୀକୁ ରେ ପ୍ରକାଶିତ ଗୋଟିଏ ଗବେଷଣା ଅନୁସାରେ ଗଜା ଯୁକ୍ତ ରସୁଣ ସାମାନ୍ୟ ରସୁଣ ତୁଳନାରେ ଶରୀର ପକ୍ଷରେ ଅଧିକ ହିତ କାରକ। ଯେଭଳି ସାମାନ୍ୟ ରସୁଣ ର ସେବନ ପାଚନ ରେ ସୁଧାର, ସର୍ଦ୍ଦି କାଶ ରୁ ଆରାମ, କୋଲେଷ୍ଟ୍ରାଲ ନିୟନ୍ତ୍ରତ କରିବା ଓ ଶରୀର ରୁ ବର୍ଜ୍ୟବସ୍ତୁ କୁ ବାହାର କରିଥାଏ । ସେହିଭଳି ଅଙ୍କୁରିତ ରସୁଣ ସେବନ ହାର୍ଟ ଆଟାକ, କ୍ୟାନ୍ସର ଇତ୍ୟାଦି ଠିକ୍ ହୋଇଥାଏ ।
* ରସୁଣ ଗଜା ସମୟରେ ସେଥିରେ ଫାଇଟୋ କେମିକାଲ ର ମାତ୍ରା ବଢ଼ି ଯାଇଥାଏ । ଏହି କାରଣ ରୁ ଏହା ଶରୀର ରେ କ୍ୟାନ୍ସର କୋଶିକା ଓ କ୍ୟାନ୍ସର କୋଷିକା, ଓ କ୍ୟାନ୍ସର ଉତ୍ପନ୍ନ କରୁଥିବା ତତ୍ତ୍ଵ କୁ ଅଟକାଇବା କୁ ସାହାଯ୍ୟ କରିଥାଏ। ରସୁଣ ରେ ଆଣ୍ଟି ଆକ୍ସୀ ଡ଼ାଣ୍ଟ ଗୁଣ କ୍ୟାନ୍ସର ମୁଖ୍ୟ କାରଣରୁ ଗୋଟିଏ ଫ୍ରି ଅକ୍ସି ଯେନ୍ ରେଡିକୁଲସ ନଷ୍ଟ କରିବାରେ ସାହାଯ୍ୟ କରିଥାଏ।
* ହାର୍ଟ କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ: ଯେପରି ଫାଇଟୋ କେମିକାଲ କ୍ୟାନ୍ସର ଏଜେଣ୍ଟ କୁ ଅଟକାଇ ଥାଏ । ଏମିତି ରେ ଗଜା ରସୁଣ ହାର୍ଟ ରେ ବ୍ଲକେଜ୍ ଠାରୁ ଦୂରେଇ ରଖିଥାଏ । ଏହାକୁ ନିୟମିତ ସେବନ କରିବା ଦ୍ୱାରା ହୃଦ୍ ଘାତ ରୁ ଆରାମ ମିଳିଥାଏ।

* ବାର୍ଦ୍ଧକ୍ୟ ଶୀଘ୍ର ଆସି ନଥାଏ : ରସୁଣ ରେ ଥିବା ଆଣ୍ଟି ଅକ୍ସି ଡ଼ାଣ୍ଟ ଶରୀରରୁ ମୁକ୍ତ କୋଣ କୁ ହଟାଇ ବାର୍ଦ୍ଧକ୍ୟ କୁ ଅଟକାଇ ଥାଏ । ଗୋଟିଏ ଗବେଷଣା ଅନୁସାରେ ଯଦି ଆପଣ ରସୁଣ ଗଜା କୁ ୧ ମାସ ପର୍ଯ୍ୟନ୍ତ ସେବନ କରିବେ ତେବେ ବାର୍ଦ୍ଧକ୍ୟ ଠାରୁ ଦୂରେଇ ରହିବେ ।
* ପ୍ରତିରକ୍ଷା ପ୍ରଣାଳୀ ସୁଦୃଢ଼ କରିବା ପାଇଁ: ଯଦି ଆପଣ ବାରମ୍ବାର କୌଣସି ଥଣ୍ଡା ଜନିତ ସଂକ୍ରମଣ ରେ ପୀଡିତ ରହୁଛନ୍ତି ତେବେ ଅଙ୍କୁରିତ ରସୁଣ ସେବନ କରନ୍ତୁ । ଏହା ଆପଣଙ୍କ ପ୍ରତିରକ୍ଷା ପ୍ରଣାଳୀ କୁ ମଜବୁତ୍ କରି ରୋଗ ଠାରୁ ଦୂରେଇ ରଖିବ।

Show More

Related Articles

Back to top button