ଜୀବନଚର୍ଯ୍ୟା

ଦାନ୍ତର ସୁନ୍ଦରତା ଖରାପ କରିଥାଏ ଏହି ୫ଟି ଜିନିଷ

ନଚେତ୍‌ ହୋଇପାରେ ସମସ୍ୟା…

ସାଧାରଣତଃ ସମସ୍ତଙ୍କ ହସକୁ ସୁନ୍ଦର କରିଥାଏ ଦାନ୍ତ । ଦାନ୍ତକୁ ସଫା ସୁନ୍ଦର ରଖିବାକୁ ଲୋକମାନେ ବିଭିନ୍ନ ପ୍ରକାରର ଉପାୟ ଆପଣାଇଥାନ୍ତି। ହେଲେ ଏଭଳି କିଛି ଖାଦ୍ୟ ପାନୀୟ ପିଇବା ଦ୍ବାରା ଦାନ୍ତ ଗୁଡିକ ନଷ୍ଟ ହୋଇଯାଇଥାଏ । ବେଳେବେଳେ ଏହା ଆମ ସହିତ ଘଟେ ଯେ କିଛି ଖାଇବା ଦ୍ୱାରା ଆମର ଦାନ୍ତ ଦାଗ ହୋଇଯାଏ । ଏହା କେବଳ ଲୁକକୁ ନଷ୍ଟ କରେ ନାହିଁ, ବରଂ ଆମେ ହସିବାକୁ ମଧ୍ୟ ଖରାପ ଲାଗେ । ସେଥିପାଇଁ ସୁନ୍ଦର ଏବଂ ଧଳା ଦାନ୍ତ ପାଇବାକୁ ଇଚ୍ଛା କରୁଛନ୍ତି କି? ତେବେ ଏହି ସବୁଥିରୁ ସାବଧାନ ରୁହନ୍ତୁ। ନଚେତ୍‌ ଦାନ୍ତ ଖରାପ୍‌ ହେବାର ସମ୍ଭାବନା ରହିଥାଏ । ତେବେ ଚାଲନ୍ତୁ ଜାଣିବା ଏହି ସବୁ ବିଷୟରେ….

ଚା’- ଶୀତ ହେଉ କିମ୍ବା ଖରା ବା ବର୍ଷା, ପ୍ରାୟ ସମସ୍ତେ ଚା ପିଇବାକୁ ପସନ୍ଦ କରନ୍ତି । ହେଲେ ଶୀତଦିନେ ଆମ ଚା ’ ପିଇବା ଟିକେ ବଢିଯାଏ । କିନ୍ତୁ, କୁହାଯାଏ ଯେ ଚା ’ଦାନ୍ତ ପାଇଁ ଭଲ ନୁହେଁ । ଚା ’କଫି ଅପେକ୍ଷା ଦାନ୍ତ ଉପରେ ଖରାପ ପ୍ରଭାବ ପକାଇଥାଏ। କାରଣ ଏହା ଦାନ୍ତର ବାହ୍ୟ ସ୍ତରକୁ ନଷ୍ଟ କରିଥାଏ । ଏହି କାରଣରୁ ଦାନ୍ତ ହଳଦିଆ ହୋଇଯାଇଥାଏ ।

କ୍ୟାଣ୍ଡି ବା ଚକୋଲେଟ୍‌- ମିଠା କିମ୍ବା ଚକୋଲେଟ୍‌ ଖାଇବା ସମସ୍ତଙ୍କୁ ପସନ୍ଦ। କିନ୍ତୁ କୁହାଯାଏ କି ଅଧିକ ମିଠା ଖାଇବା ଦାନ୍ତ ପାଇଁ ଭଲ ନୁହେଁ । ଏହି କାରଣରୁ ଦାନ୍ତର ରଙ୍ଗ ବଦଳିଯାଏ, କ୍ୟାଣ୍ଡି କିମ୍ବା ଟଫି ଅର୍ଥାତ୍‌ ଚକୋଲେଟ୍‌ ଖାଇବା ଦ୍ବାର ଦାନ୍ତରେ ଦାଗ ହୋଇଯାଏ । ଏହା ସହ ଦାନ୍ତ ପୋକ ଖାଇଯାଏ। ଯଦି ଆପଣ ବହୁତ ଟଫି ଖାଉଛନ୍ତି ତେବେ ଏହାକୁ କମାଇ ଦିଅନ୍ତୁ ।

ସସ୍‌-ଟମାଟୋ, ଚିଲି କିମ୍ବା ଯେକୌଣସି ସସ୍ ଖାଇବାକୁ ଅତ୍ୟନ୍ତ ସ୍ୱାଦିଷ୍ଟ ଲାଗେ । କିନ୍ତୁ ଏହାକୁ ଅଧିକ ଖାଇବା ଦ୍ବାରା ଦାନ୍ତକୁ ନଷ୍ଟ କରିଥାଏ। ତେଣୁ, ଦାନ୍ତର ସୁରକ୍ଷା ପାଇଁ, ହାଲକା ପରିମାଣର ସସ୍ ଖାଆନ୍ତୁ । ଏହାକୁ ଖାଇବା ପରେ ତୁରନ୍ତ ବ୍ରଶ୍ କରନ୍ତୁ କିମ୍ବା ପାଟି ଧୋଇ ନିଅନ୍ତୁ।

ଏନର୍ଜି ଡ୍ରିଙ୍କ- ଅଧିକ ପରିମାଣର ଏସିଡ୍ ଥିବା ଖାଦ୍ୟ କିମ୍ବା ପାନୀୟ ମଧ୍ୟ ଦାନ୍ତକୁ ବିପଦରେ ପକାଇଥାଏ । ଏହି ସବୁ ପ୍ରକାରର ଏନର୍ଜି ଡ୍ରିଙ୍କ ଗୁଡିକ ମଧ୍ୟ ଦାନ୍ତର ବାହ୍ୟ ସ୍ତରକୁ କିମ୍ବା ଦାନ୍ତର ମୂଳକୁ ମଧ୍ୟ ନଷ୍ଟ କରିଥାଏ। ତେଣୁ ବ୍ୟାୟାମ ସମୟରେ ଏନର୍ଜି ଡ୍ରିଙ୍କ ବ୍ୟବହାର କରନ୍ତୁ ନାହିଁ ।

ଫଳ-ସାଧାଣତଃ ପ୍ରାୟ ସମସ୍ତେ ଫଳମୂଳ ଖାଇବାକୁ ପସନ୍ଦ କରନ୍ତି । ଯଦି ଆପଣ ସବୁଦିନ ଫଳ ଖାଉଛନ୍ତି, ତେବେ ଟିକେ ଖାଇବା କମାଇ ଦିଅନ୍ତୁ। ନଚେତ୍‌ ଦାନ୍ତର ରଙ୍ଗ ଖରାପ ହେବାକୁ ଲାଗିଥାଏ । ବ୍ଲୁବେରି, ବ୍ଲାକ୍‌ବେରୀ, ଚେରି ପରି ଅନେକ ଫଳ ଦାନ୍ତରେ ଦାଗ କରିଥାଏ । ତେଣୁ ଏହାର ଭଲ ସମାଧାନ ହେଉଛି ସେଗୁଡ଼ିକୁ ଖାଇବା ପରିବର୍ତ୍ତେ ତାହାର ରସ ପିଇବା ଭଲ ।

Show More

Related Articles

Back to top button