ସ୍ୱାସ୍ଥ୍ୟ

ଲେମ୍ବୁ ରସ ଶରୀର ପାଇଁ ରାମବାଣ ସଦୃଶ

ଇମ୍ୟୁନିଟି ବଢାଇବା ସହ ବିଭିନ୍ନ ସଂକ୍ରମଣରୁ ରକ୍ଷା କରେ

ଲେମ୍ବୁ ରସ ଶରୀର ପାଇଁ ଖୁବ ଉପଯୋଗୀ ଅଟେ l ଗବେଷଣା ଅନୁସାରେ ଜଣା ପଡିଛି ଯେ ଲେମ୍ବୁରସ ରେ ଏପରି କିଛି ଗୁଣ ଯାହା ଆମକୁ ବିଭିନ ସଂକ୍ରମଣରୁ ରକ୍ଷା କରିବା ସହିତ ବିଶେଷ କରି ବର୍ଷା ଋତୁରେ ବିଭିନ ସଂକ୍ରମଣ ରୁ ରକ୍ଷା କରିଥାଏ l ଆମର ଇମ୍ୟୁନିଟି ବଢାଇବା ସହିତ ପାଚନ ତନ୍ତ୍ରକୁ ଠିକ କରିଥାଏ ଓ ଶରୀରର PH ଲେବୁଲ କୁ ମଧ୍ୟ ଠିକ ରଖେ l ଲେମ୍ବୁରେ ସାଇଟରିକ ଏସିଡ ରହିଥିବା କାରଣରୁ ଭିଟାମିନ ସି ରେ ଭରପୁର ରହିଥାଏ l

* ପ୍ରତିଦିନ ଲେମ୍ବୁରସ ଖାଇବା ଓ ଶୋଇବା ପୂର୍ବରୁ ଅଧଚାମଚ ପିଇବା ଦ୍ୱାରା ଶ୍ୱାସ ରୋଗରୁ ଆରାମ ମିଳିଥାଏ l ଯଦି ଆପଣ କୌଣସି ଥଣ୍ଡା ଜନିତ ସମସ୍ୟାରେ ଆକ୍ରାନ୍ତ ହେଉଛନ୍ତି ତେବେ ପ୍ରତିଦିନ ଲେମ୍ବୁରସ ସେବନ କରନ୍ତୁ l ଲେମ୍ବୁ ରେ ଇମ୍ୟୁନିଟି ବଢାଇବାର ଗୁଣ ରହିଛି l ଆମେ ଯଦି ପ୍ରତିଦିନ ଦୁଇ ପାଖୁଡା ରସୁଣ ସହିତ ଲେମ୍ବୁରସ ଦିନକୁ ୪ ରୁ ୫ ଥର ସେବନ କରିବା ତେବେ କାଶ , କଫ ଓ ଥଣ୍ଡା ଜନିତ ସମସ୍ୟା ଦୂର ହେବ l

* ଲେମ୍ବୁରସ ଚର୍ମରେ ଚମକ ଆଣିଥାଏ l ବ୍ରଣ , କଳାଦାଗ ରେ ଲେମ୍ବୁରସ ଲଗାଇବା ଦ୍ୱାରା ତ୍ୱଚା ଜନିତ ବିଭିନ ସମସ୍ୟା ଦୂର ହୋଇଥାଏ l ତା ସହିତ ଲେମ୍ବୁରସ ତ୍ୱଚାକୁ ଡିଟକ୍ସ କରି ସତେଜ ରଖିଥାଏ l

* ରକ୍ତ ସଫା କରିଥାଏ ଲେମ୍ବୁ l ସେଥିପାଇଁ ଲେମ୍ବୁକୁ ରକ୍ତ ବିଶୋଧାନା କାରି ମଧ୍ୟ କୁହାଯାଇଥାଏ l ପ୍ରତିଦିନ ସକାଳୁ ଉଠିବା ମାତ୍ରେ ଗୋଟିଏ କପ ଉଷୁମ ପାଣି ରେ ଲେମ୍ବୁରସ ମିଶାଇ ପିଇବା ଦ୍ୱାରା ରକ୍ତ ମଧ୍ୟ ସଂକ୍ରମଣରୁ ରକ୍ଷା ପାଇଥାଏ l

* ଲେମ୍ବୁରସରେ ପୋଟାସିୟମ ରହିଥିବା କାରଣରୁ କିଡ୍ନୀ ରେ ଷ୍ଟୋନ ହେବାକୁ ଦେଇ ନଥାଏ l ତେଣୁ ନିୟମିତ ଲେମ୍ବୁ ଖାଇବା ଦ୍ୱାରା କିଡ୍ନୀ ସୁରକ୍ଷିତ ରହିଥାଏ l ଗଲ ବ୍ଲାଡର ସମସ୍ୟା ମଧ୍ୟ ଲେମ୍ବୁ ରସରେ ଦୂର ହୁଏ l

* ଲେମ୍ବୁ ରସରେ ଭରପୁର ମାତ୍ରାରେ ଭିଟାମିନ ସି ରହିଥିବା କାରଣରୁ ଏହା ଆମକୁ ହୃଦୟ ରୋଗରୁ ରକ୍ଷା କରିଥାଏ l ଯଦି ରକ୍ତଚାପ ଉଚ ରହୁଛି ତେବେ ଲେମ୍ବୁ ରସ ମଧ୍ୟ ଏଥିରୁ ରକ୍ଷା କରିବ l

Show More

Related Articles

Back to top button