ଦେଶଦେଶ ବିଦେଶସ୍ୱାସ୍ଥ୍ୟ

ପୁଣି ନିଜ ଜନ୍ମସ୍ଥଳୀକୁ ଫେରିଲା କରୋନା , ଅନ୍ୟ ଦେଶମାନଙ୍କରେ ସତର୍କ ସୂଚନା ଜାରି

ଚାଇନାରେ ଗୋଟିଏ ଦିନରେ ପ୍ରାୟ ୫୨୬ ଆକ୍ରାନ୍ତ ଚିହ୍ନଟ

କରୋନା ପୁଣି ଥରେ ନିଜ ଜନ୍ମସ୍ଥଳୀକୁ ଫେରିଛି । ଚାଇନାର ଉହାନ୍ ସହରରୁ ଆରମ୍ଭ ହେଇଥିବା କରୋନା ମହାମାରୀ ବିଶ୍ୱରେ ନିଜର ତାଣ୍ଡବ ରଚିସାରିବା ପରେ ଏବେ ପୁଣିଥରେ ଚାଇନାକୁ ଫେରିଆସିଛି। ଚାଇନାର ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମହାମାରୀ ଆରମ୍ଭ ହେବା ଦିନଠାରୁ ଦେଶରେ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ମାମଲା ରିପୋର୍ଟ ହୋଇଛି।

ଚାଇନା ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ଅନୁସାରେ, ଚାଇନାରେ ଗୋଟିଏ ଦିନରେ ପ୍ରାୟ ୫୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଗତ ଦୁଇ ବର୍ଷ ମଧ୍ୟରେ ଗୋଟିଏ ଦିନରେ ଏହା ସର୍ବାଧିକ ସଂକ୍ରମଣ । ସେଥିମଧ୍ୟରୁ ୨୧୪ ଜଣ ଆକ୍ରାନ୍ତଙ୍କଠାରେ ଲକ୍ଷଣ ପ୍ରକାଶ ପାଇଥିବାବେଳେ ୩୧୨ ଜଣଙ୍କଠାରେ କୌଣସି ଲକ୍ଷଣ ଦେଖାଦେଇନାହିଁ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,ଚାଇନାର କିଙ୍ଗଡାଓ  ସହରରେ  ୮୮ ଜଣ ଛାତ୍ରଙ୍କଠାରେ ଓମିକ୍ରନର ନୂଆ ମାମଲା ଚିଙ୍ନଟ ହୋଇଛି । ଯାହାକି ଚାଇନାର ଚଳିତ ବର୍ଷର ଗୋଟିଏ ଦିନର ସର୍ବାଧିକ ସଂକ୍ରମଣ ।

ଏହି ଖବର ପ୍ରକାଶ ପାଇବାପରେ ଅନ୍ୟ ଦେଶ ଗୁଡ଼ିକ ସତର୍କତା ଅବଲମ୍ବନ କରିବା ସହିତ ନିଜ ନିଜ ନାଗରିକମାନଙ୍କୁ କରୋନା ନିୟମ ପାଳନ କରିବା ପାଇଁ କହୁଛନ୍ତି ।

Show More

Related Articles

Back to top button