Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ଯୁଦ୍ଧକୁ ନେଇ ରୁଷ ଘୋଷଣା କଲା ଶତ୍ରୁ ଦେଶର ତାଲିକା

 ୟୁକ୍ରେନ ସହିତ ରୁଷର ଯୁଦ୍ଧ ମାମଲାକୁ ନେଇ ରୁଷ ପକ୍ଷରୁ ଜାରି ହେଲା ଶତ୍ରୁ ଦେଶର ତାଲିକା ।

ୟୁକ୍ରେନ ସହିତ ରୁଷର ଯୁଦ୍ଧ ମାମଲାକୁ ନେଇ ରୁଷ ପକ୍ଷରୁ ଜାରି ହେଲା ଶତ୍ରୁ ଦେଶର ତାଲିକା ।  ଏଥିରେ ରୁଷ ବିରୋଧରେ ପଦକ୍ଷେପ ନେଇଥିବା ରାଷ୍ଟ୍ରଗୁଡ଼ିକୁ ଶତ୍ରୁ ଭାବେ ବିବେଚନା କରାଯାଇଛି । ଏହାର ଅର୍ଥ ରୁଷ ଏମାନଙ୍କୁ ଅଣବନ୍ଧୁତା ବା ଅନଫ୍ରେଣ୍ଡଲୀ  ଭାବେ ମାନ୍ୟତା ଦେଇଛି । ଏହି ତାଲିକାରେ ଆମେରିକା, କାନାଡା, ୟୁରୋପୀୟ ୟୁନିୟନ, ବ୍ରିଟେନ, ୟୁକ୍ରେନ, ମୋଣ୍ଟେନେଗ୍ରୋ, ସ୍ୱିଜରଲ୍ୟାଣ୍ଡ, ଆଲବାନିଆ, ଆଇସଲ୍ୟାଣ୍ଡ, ମୋନାକୋ, ନରୱେ, ସାନ ମାରିନୋ, ଉତ୍ତର ମ୍ୟାକଡୋନିଆ, ଜାପାନ, ଦକ୍ଷିଣ କୋରିଆ, ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ମିକ୍ରୋନେସିଆ, ସିଙ୍ଗାପୁର ଓ ତାଇୱାନ ପ୍ରମୁଖ ରାଷ୍ଟ୍ରର ନାଁ ରହିଛି । ତେବେ ରୁଷର ନାଗରିକ, କମ୍ପାନୀ, ନିଜେ ରୁଷ, ଏହାର ପୌରପାଳିକାଗୁଡ଼ିକ କୌଣସି ବିଦେଶୀ ଋଣ ଶୁଝିବା ପାଇଁ ପୂର୍ବଭଳି ରୁଷୀୟ ମୁଦ୍ରା ରୁବେଲରେ କାରବାର କରିପାରିବେ। ଏହି ଅସ୍ଥାୟୀ ନିୟମ ମାସିକ ୧୦ ନିୟୁତ ରୁବେଲରୁ ଅଧିକ ଦେୟ କ୍ଷେତ୍ରରେ ଲାଗୁ ହେବ ବୋଲି ରୁଷ ସରକାର କହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏସିଆ ମହାଦେଶର କୌଣସି ରାଷ୍ଟ୍ର ଏଥିରେ ନାହାନ୍ତି। ଭାରତ, ପାକିସ୍ତାନ ଓ ଚାଇନା ଭଳି ଦେଶକୁ ରୁଷ ତା’ର ଶତ୍ରୁ ତାଲିକାରେ ସ୍ଥାନ ଦେଇ ନାହିଁ ।

Show More

Related Articles

Back to top button