Breaking PLUSଓଡ଼ିଶାମୁଖ୍ୟ ଖବର

କଟକରେ ମାଡୁଛି ଜଣ୍ଡିସ

ଭୁବନେଶ୍ୱର/କଟକ, 7 ଏପ୍ରିଲ – କଟକରେ ମାଡୁଛି ଜଣ୍ଡିସ । କଟକ ମହାନଗର ନିଗମ ୫୨ ନମ୍ବର ୱାର୍ଡ ଅନ୍ତର୍ଗତ ରାଜେନ୍ଦ୍ର ନଗର ଅଞ୍ଚଳରେ ଗୋଟିଏ ଲେନରେ ୩ଟି ଅଲଗା ଅଲଗା ଘରୁ ୧୫ ଜଣ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ବ୍ୟକ୍ତି ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପରେ ଜଣ୍ଡିସ୍ ବୋଲି ଜାଣିବା ପରେ ଏହା ସଂକ୍ରମିତ ଖାଦ୍ୟ କିମ୍ବା ପାଣି ଯୋଗୁଁ ହୋଇଥାଇପାରେ ବୋଲି ଅନୁମାନ କରିଛନ୍ତି ମହାନଗର ନିଗମ ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର । ଘରେ ପିଇବା ପାଣି ଟ୍ୟାପରେ ବାହାରୁଥିବା ଅପରିଷ୍କାର ସାମାନ୍ୟ ଦୁର୍ଗନ୍ଧ ପାଣି ଫିଲଟର କରି ପିଇବା ପରେ ବାନ୍ତି ଝାଡା ହୋଇଛି । ଟେଷ୍ଟ କରିବା ପରେ ଡ଼ାକ୍ତର ଜଣ୍ଡିସ୍ ବୋଲି କହିବା ସହ ପାଣି ଫୁଟାଇ ପିଇବାକୁ କହିଛନ୍ତି । ତେବେ ସଂକ୍ରମିତ ପାଣି କେଉଁ ଜାଗାରୁ କିଭଳି ଲୋକଙ୍କ ଘର ଟ୍ୟାପକୁ ଆସୁଛି ତାହା ଏଯାବତ୍ ଜଣାପଡିନାହିଁ । ପାଣି ଟେଷ୍ଟ ସାମ୍ପୁଲ୍ ସଂଗ୍ରହ ହୋଇ ଟେଷ୍ଟ ପାଇଁ ଯାଇଛି । ପାଣି ସଂକ୍ରମିତର ନିର୍ଦ୍ଦିଷ୍ଟ କାରଣ ଜଣାନପଡ଼ିବା ଯାଏଁ ଲୋକଙ୍କୁ ପାଣି ଫୁଟାଇ ପିଇବାକୁ ପରାମର୍ଶ ଦିଆଯାଇଛି । ଏଥିସହିତ ଏହି ଅଞ୍ଚଳରେ ରାସ୍ତାକଡ ଜଳଖିଆ ଦୋକାନୀ ବିକୁଥିବା ଖାଦ୍ୟ ଯାଞ୍ଚ କରାଯିବ ବୋଲି ସୂଚନା ମିଳିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button