Breaking PLUSଓଡ଼ିଶାମୁଖ୍ୟ ଖବର

ମନ୍ଦିରରୁ ଚୋରି କରୁଥିବା 7ଜଣିଆ ଗ୍ୟାଙ୍ଗ ଗିରଫ

ଭୁବନେଶ୍ୱର/ବାଲେଶ୍ୱର, 7 ଏପ୍ରିଲ – ମନ୍ଦିରରୁ ଚୋରି କରୁଥିବା 7ଜଣିଆ ଗ୍ୟାଙ୍ଗକୁ ଧରିଛି ପୋଲିସ । ବାଲେଶ୍ୱର ଏସ୍ପିଙ୍କ ନିର୍ଦେଶରେ ସଦର ଏସଡିପିଙ୍କ ନେତୃତ୍ୱରେ ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରୁ ବିଭିନ୍ନ ମନ୍ଦିରରୁ ଚୋରି କରୁଥିବା ଏକ ୭ ଜଣିଆ ଗ୍ୟାଙ୍ଗକୁ ବାଲେଶ୍ୱର ପୋଲିସ ଧରିବାରେ ସଫଳ ହୋଇଛି। ସେମାନଙ୍କ ଠାରୁ ୬ ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ସଂପତ୍ତି ଜବତ ହୋଇଛି । ଏହି ଗ୍ୟାଙ୍ଗ ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଥିବା ବହୁ ମନ୍ଦିରରୁ ପିତଳ ମୂର୍ତ୍ତି ସମେତ ରୂପାର ଅଳଙ୍କାର ଚୋରି କରି ଉଭାନ ହୋଇଯାଉଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ଚୋର ମନ୍ଦିର ଆସବାଵ ପତ୍ର ସହ ଅଳଙ୍କାର ଚୋରି କରି ୩ ଜଣ ଦୋକାନୀ ଓ କ୍ରାଫ ବ୍ୟବସାୟୀଙ୍କୁ ଦେଉଥିଲେ। ପୋଲିସ ଏମାନଙ୍କ ଉପରେ ଦୀର୍ଘ ଦିନଧରି ନଜର ରଖିଥିଲା। ଶେଷରେ ସେମାନଙ୍କୁ ଧରିବାରେ ସଫଳ ହୋଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button